Hot Posts

6/recent/ticker-posts

RSS କାର୍ଯ୍ୟକର୍ତ୍ତାଙ୍କ ଔଷଧ ଦୋକାନକୁ ଲକ୍ଷ୍ୟ କରି ବୋମା ମାଡ଼

ଦିଗପହଣ୍ଡି, ୧୦/୩ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଗୋକର୍ଣ୍ଣପୁର ଗ୍ରାମରେ ରବିବାର ସନ୍ଧ୍ୟା ୮.୩୦ ଟାରେ ଜଣେ ଔଷଧ ବ୍ୟବସାୟୀଙ୍କ ଦୋକାନକୁ ଲକ୍ଷ୍ୟ କରି ବୋମା ମାଡ଼ ଘଟିଛି। ଦୋକାନ ମାଲିକ ପ୍ରହ୍ଲାଦ ଡାକୁଆ, ଜଣେ RSS କାର୍ଯ୍ୟକର୍ତ୍ତା ଏବଂ ପଞ୍ଚାୟତର ଏକ ପ୍ରମୁଖ ବ୍ୟକ୍ତିତ୍ୱ।

ଏକ ବାଇକରେ ଆସିଥିବା ୨ ଦୁର୍ବୃତ୍ତ ଏକ ପରେ ଏକ ୩ଟି ବୋମା ଫିଙ୍ଗି ଦୋକାନକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ। ୨ଟି ବୋମା ବିସ୍ଫୋରଣ ଘଟିଲା ଏବଂ ତୃତୀୟ ବୋମା ଫୁଟି ନଥିଲା। ଏହି ଆକ୍ରମଣରେ ପ୍ରହ୍ଲାଦ ଡାକୁଆ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ, ଦୋକାନର କ୍ୟାଶ କାଉଣ୍ଟର ଏବଂ ଉପକରଣ କିଛି ପରିମାଣରେ ନଷ୍ଟ ହୋଇଛି।ପ୍ରହ୍ଲାଦ ଡାକୁଆ ସାମାଜିକ କାର୍ଯ୍ୟରେ ସକ୍ରିୟ ଏବଂ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିବାରୁ, ଏହି ଆକ୍ରମଣ ଅନେକ ପ୍ରଶ୍ନ ଉଠାଇଛି। ଏପରି ମନ୍ୟ ହେଉଛି ଯେ, କିଛି ଦିନ ପୂର୍ବେ ଜଣେ ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣାରେ ଯେଉଁମାନେ ଜଡିତ, ସେମାନଙ୍କ ସହିତ ଏହି ଆକ୍ରମଣର କିଛି ସମ୍ପର୍କ ଥାଇପାରେ। ଏହି ଘଟଣା ନେଇ ଗ୍ରାମରେ ତିବ୍ର ଆଲୋଚନା ଚାଲିଛି।

ଘଟଣା ସମ୍ପର୍କିତ ସୂଚନା ପାଇ ଦିଗପହଣ୍ଡି ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରିବା ସହିତ ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣର ପଛରେ କିଏ ଅଛି ଏବଂ ଏହାର ପ୍ରକୃତ କାରଣ କ’ଣ – ଏନେଇ ପୋଲିସ ଖୋଜଖବର କରୁଛି