ବରଗଡ଼, ୧୬ / ୪ : ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ରାଇସ ମିଲ ଆଉ ଏଥିରୁ ନିଷ୍କାସିତ ଉତ୍ତପ୍ତ ପାଉଁଶ ଗୁଣ୍ଡ ଗତିଶୀଳ ଜୀବନକୁ ମୃତ୍ୟୁ ରେ ପରିଣତ କରିଥିଲା । ବଇପୁର ଗ୍ରାମର ୧୧ ବର୍ଷିୟ ପ୍ରତ୍ୟୁଷ ଭଏନା ଏହି ଅନୁଚିନ୍ତିତ ଅବହେଳାର ଶିକାର ହୋଇ ଜୀବନ ହାରିଲେ। ଘଟଣା ପରେ ବ୍ୟାପକ ଦାବି, ବିକ୍ଷୋଭ ଓ ସାମାଜିକ ଦବାବ ମଧ୍ୟରେ ଅବଶେଷରେ ରାଇସ ମିଲ ମାଲିକମାନେ ଗିରଫ ହୋଇଛନ୍ତି। ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ, ମିଲରୁ ନିଷ୍କାସିତ ଉତ୍ତପ୍ତ ପାଉଁଶ ରାସ୍ତାକଡ଼ରେ ପଡ଼ିଥିବାବେଳେ, ପ୍ରତ୍ୟୁଷ ତାହା ଉପରେ ପଡ଼ି ଗୁରୁତର ଭାବେ ଜଳିଯାଇଥିଲେ। ଗତ ଫେବୃଆରୀ ୨୬ ତାରିଖରେ ଘଟିଥିବା ଏହି ଦୁର୍ଦାନ୍ତ ଘଟଣା ଶେଷରେ ୧୨ ଅପ୍ରେଲରେ ତାଙ୍କ ପ୍ରାଣ ନେଇ ଶାନ୍ତ ହୋଇଥିଲା। ଅପରାଧ ଅନୁସନ୍ଧାନ ପରେ ବୁର୍ଲା ଏନଏସି ପାଖରେ ରହୁଥିବା ଅନିଲ ଅଗ୍ରୱାଲ (୫୫) ଓ କ୍ଷେତରାଜପୁରର କହ୍ନେଇଲାଲ ଅଗ୍ରୱାଲ (୬୨)ଙ୍କୁ ଭେଡେନ ଥାନା ଅଧୀନରେ ବିଏନଏସ୍ ୧୦୬(୧) ଅନୁଯାୟୀ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ଘଟଣା ପରେ ସ୍ଥାନୀୟ ଲୋକେ ମୃତ ଶିଶୁର ଶବ ମିଲ୍ ସାମ୍ନାରେ ରଖି ବିରୋଧ ପ୍ରଦର୍ଶନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିରୁ ଚାପ ତିବ୍ର ହେବା ପରେ ପୋଲିସ ପକ୍ଷରୁ ଦେରିରେ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଘଟଣା ପ୍ରଶାସନ ଓ ଉଦ୍ୟୋଗ ମାଳିକମାନଙ୍କ ପାଇଁ ଏକ ଚେତାବନୀ ଭାବେ ରହିବା ଥିବା ସମ୍ଭାବନା ରହିଛି। ସାର୍ବଜନୀନ ସୁରକ୍ଷା ପ୍ରତି ବେପରୁଆ ଭାବ ଏଭଳି ମୃତ୍ୟୁକୁ ଅନ୍ତତଃ ଦାୟୀ କରେ।