ଖୋର୍ଦ୍ଧା,୭/୪ : – ସଦର ଥାନା ଅଧୀନ ଶଢ଼େଇଗଡ଼ ଗ୍ରାମରେ ଏକ ଦୁଃଖଦ ବୋମା ବିସ୍ଫୋରଣ ଘଟଣା ଘଟିଛି, ଯାହାରେ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି ଓ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।ମୃତକ ବ୍ୟକ୍ତିଙ୍କ ପରିଚୟ ହେଉଛି ଶଢ଼େଇଗଡ଼ ଗ୍ରାମବାସୀ ନିରାକାର ସିଂ ବୋଲି ଜଣାପଡ଼ିଛି। ଆହତ ବଣ୍ଟି ଅରିସଲଙ୍କୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲ ଏବଂ ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନଥିଲେ ମଧ୍ୟ, ପ୍ରାଥମିକ ତଦନ୍ତରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଥିବା ସନ୍ଦେହ ଜଣାପଡ଼ିଛି। ଅନ୍ୟ ସ୍ଥାନକୁ ବୋମା ନେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା କି ନାହିଁ – ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।ଘଟଣା ସ୍ଥଳରେ ବିସ୍ଫୋରକ ବସ୍ତୁ କେମିତି ପହଞ୍ଚିଲା? ଏହା ପଛରେ କିଏ ଅଛି? – ଏସବୁ ପ୍ରଶ୍ନ ଏବେ ସମାଜ ଓ ପ୍ରଶାସନ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।ପୋଲିସ ପକ୍ଷରୁ ବୋମ୍ବ ସ୍କୱାଡ୍ ଓ ଫୋରେନ୍ସିକ ଟିମ୍କୁ ଆହ୍ୱାନ କରାଯାଇଛି। ଜଣେ ନିରପରାଧ ଜନତାଙ୍କ ମୃତ୍ୟୁ ଓ ଅନ୍ୟ ଜଣଙ୍କ ଗୁରୁତର ଅବସ୍ଥା ଏହି ଘଟଣାକୁ ଗମ୍ଭୀର ରୂପ ଦେଇଛି।