ଡଗପଦର ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ
କନ୍ଧମାଳ, ୨୮ / ୫ ବିପ୍ର : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଡଗପଦର ଠାରେ ଦ୍ୱିତୀୟ ବାର୍ଷିକ ବେଦପାରାୟଣ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି ଯଜ୍ଞ ଟି ଗତବର୍ଷ ହୋଇଥିବା ବେଳେ ଏହି ବର୍ଷ ମଧ୍ୟ ହୋଇଯାଇଛି ! ଏହି ଯଜ୍ଞ ରେ ବିଭିନ୍ନ ପ୍ରକାର ର ସାଧୁ ସନ୍ଥ ମାନେ ଯୋଗଦେଇ ଥିବାବେଳେ ଅନେକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ଯଜ୍ଞ ଆରମ୍ଭ ଦିନରେ ରୀତିନୀତି ଅନୁସାରେ ପୂଜା ଵିଧି କରି ନାଳ ରୁ କଳସ ରେ ଜଳ ଆଣି କୁଞ୍ଜ ଚତୁର୍ପାର୍ଶ୍ୱରେ ରଖି ଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ନାମ ଆରମ୍ଭ ହୋଇ ଥିବା ବେଳେ ତୃତୀୟ ଦିନେରେ ନାମ ଶେଷ ହୋଇଥିଲା ! ଏହି ଯଜ୍ଞ ଟି ସମସ୍ତ ଙ୍କ ସହ ଯୋଗ ରେ ହୋଇଥିବା ବେଳେ ଏଠାରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଯାଇଛି ! ନିତି ନିୟମ ଅନୁସାରେ ସୁନ୍ଦର ଭାବରେ ଆଚାର୍ଯ୍ୟ ପୂଜାରୀ ମହିନ୍ତ ମଲ୍ଲିକ ପୂଜା ପାଠ କରିଥିବା ବେଳେ ଜଜମାନ ଭାବେ ପହଲ ପ୍ରଧାନ ଓସନ୍ୟାସୀ ମଲ୍ଲିକ, ପୁରୋହିତ କାମଦେବ ପ୍ରଧାନ କାର୍ଯ୍ୟ ତୁଲାଇ ସମାପନ କରିଥିଲେ ! ଏହି ଯଜ୍ଞ କୁ ଦୂରଦୂରାନ୍ତ ର ରୁ ସଂକୀର୍ତନ ମଣ୍ଡଳୀ 6 ଥଳ ଯୋଗଦେଇ ଥିବା ବେଳେ ଯଜ୍ଞ ଦେଖିବାକୁ ଭକ୍ତ ଙ୍କ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଜିଲ୍ଲା ଆର୍ଯ୍ୟ ସମାଜ ବାନ ପ୍ରସ୍ତି ଆଶ୍ରମ ବିଶ୍ୱନାଥ ବାବା, ପ୍ରେମାନନ୍ଦ ବାବା, ଗୋବିନ୍ଦ ବାବା, ଟିକାବାଲି ରୁ ଆସିଥିବା ଲତାଦିଦି ଏବଂ ପୂର୍ବତନ ଜିଲ୍ଲା ଆର୍ଯ୍ୟ ସମାଜ ସମ୍ପାଦକ ବନୁ ପ୍ରଧାନ, ସମିତି ସଭ୍ୟ ରୁନିମା କହଁର ଯୋଗ ଦେଇଥିବା ବେଳେ ଦୂରଦୂରାନ୍ତର ରୁ ଆସିଥିବା ସାଧୁସନ୍ଥ ଆସି ପ୍ରବଚନ ମାଧ୍ୟମରେ ଭକ୍ତ ମାନଙ୍କୁ ଧର୍ମବାଣି ଶୁଣାଇ ଥିଲେ ! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ !