Hot Posts

6/recent/ticker-posts

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡଙ୍ଗୀ କୁ ଏନକାଉଣ୍ଟର

ସମ୍ବଲପୁର, ୧୩/୪ : ଦୀର୍ଘଦିନ ଧରି ପୋଲିସର ମୁଣ୍ଡ ଦୁଃଖ ବନିଥିବା ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରାଧ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁଷ୍ଟଚରିତ୍ର ସୀତାରାମ ଷଡଙ୍ଗୀକୁ ଏନକାଉଣ୍ଟର କରିବାରେ ସମ୍ବଲପୁର ଗୋବିନ୍ଦପୁର ପୋଲିସ ସଫଳ ହୋଇଛି। ଖବର ଅନୁଯାୟୀ, ରବିବାର ଭୋର ୫:୧୫ ମିନିଟ୍‌ ସମୟରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଟିକିରା ଗାଁ ନିକଟରେ ଏହି ଏନକାଉଣ୍ଟର ଘଟିଥିଲା। ପୋଲିସ ଜଣାଇଛି, ସୀତାରାମଙ୍କ ବିରୋଧରେ ଡକାୟତି, ହତ୍ୟା ଚେଷ୍ଟା, ଚୋରି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲା ମିଶାଇ ମୋଟ ୨୫ ରୁ ଅଧିକ ମାମଲା ରହିଛି। ପୋଲିସ ଏହି ଦୁଷ୍ଟକୁ ଗିରଫ କରିବା ପାଇଁ ଚେଷ୍ଟା କରିଥିବା ବେଳେ, ସୀତାରାମ ଗିରଫ ହେବାକୁ ନଚାହିଁ ଗୁଳି ଚାଳନା କରିଥିଲେ। ପୋଲିସ ଆତ୍ମରକ୍ଷାରେ ପ୍ରତିଗୁଳି କରିଥିବା ଫଳରେ ସେ ବାମ ଗୋଡ଼ରେ ଗୁଳିବିଦ୍ଧ ହୋଇଥିଲେ। ତାଙ୍କୁ ପ୍ରଥମେ କୁଚିଣ୍ଡା ଓ ପରେ ଭୀମସାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଏନକାଉଣ୍ଟର ପରେ ପୋଲିସ ତାଙ୍କଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ଦୁଇଟି ଖୋକା, ଏକ ମୋଟରସାଇକେଲ ଓ ଏକ ଲକ୍ଷ ଟଙ୍କା ଜବତ କରିଛି।