ନୂଆଦିଲ୍ଲୀ, ୨୨/୪ : ନୂଆଦିଲ୍ଲୀର ଏକ ଅଦାଲତରେ ଦୃଶ୍ୟ ଅଭିନୟ ନୁହେଁ, ସତ୍ୟ! ଏକ ଚେକ୍ ବାଉନ୍ସ ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଶିବାଙ୍ଗି ମଙ୍ଗଲା ଯେତେବେଳେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ, ସେଥିରେ ଘଟିଲା ଅଭିସ୍ମରଣୀୟ ଘଟଣା। ଅଭିଯୁକ୍ତ ଓ ତାଙ୍କ ଓକିଲ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଓ ଅପଶବ୍ଦ ବ୍ୟବହାର କଲେ! ଅଭିଯୁକ୍ତ କହିଲେ, “କୋର୍ଟ ବାହାରକୁ ଆସ, ଦେଖିବା କିପରି ଘରକୁ ଯିବୁ।”ଏହି ଅସଭ୍ୟ ଓ ଅସାଧାରଣ ଘଟଣା ସାମ୍ନାକୁ ଆସିବା ପରେ ଜଜ୍ ଶିବାଙ୍ଗି ଦୋଷୀଙ୍କ ଓକିଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଘଟଣା ସମ୍ପୂର୍ଣ୍ଣ ଦେଶକୁ ଅସ୍ତବ୍ୟସ୍ଥ କରିଦେଇଛି। କୋର୍ଟରେ ସେଫ୍ଟି ଓ ଶିଷ୍ଟାଚାର ଉପରେ ପ୍ରଶ୍ନ ଉଠିଛି।