Hot Posts

6/recent/ticker-posts

ଦିନ ଦ୍ବିପ୍ରହର ଲୁଟ ଚେଷ୍ଟାରେ ଅସଫଳ ଦୁର୍ବୃତ୍ତ! ଲୋକଙ୍କ ଉପରେ ବୋମା ମାଡ଼

ଭବାନୀପାଟଣା, ୨୧? ୪  : ରାତି ନୁହେଁ, ଦିନ ଦ୍ବିପ୍ରହର! ଜଣେ ଦୁର୍ବୃତ୍ତ ଙ୍କ ଲୁଟ ଉଦ୍ୟମ ଯେପରି ସ୍ଥାନୀୟ ଲୋକଙ୍କ ଜାଗୃତି ଓ ସାହସ ଯୋଗୁଁ ଅସଫଳ ହୋଇ ଧରାପଡ଼ିଲେ, ତାହା ଏକ ଅବିସ୍ମରଣୀୟ ଦୃଶ୍ୟ ସୃଷ୍ଟି କରିଛି।ସୋମବାର ଦିନ, କଳାହାଣ୍ଡି ଜିଲା ର ଭବାନୀପାଟଣା ସହର ମଧ୍ୟରେ ଥିବା ମହାବୀରପଡା ନିକଟ ପୁଷ୍ପା ଲଜ୍‌ ସାମ୍ନାରେ ଏହି ଉତ୍ତେଜନାପୂର୍ଣ୍ଣ ଘଟଣା ଘଟିଛି। ଏକ ସ୍କୁଟିରେ ତିନି ଜଣ କର୍ମଚାରୀ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ସମୟରେ, ହଠାତ୍ ତିନି ଦୁର୍ବୃତ୍ତ ଆସି ଲଙ୍କା ଗୁଣ୍ଡ ଫିଙ୍ଗି ବ୍ୟାଗ ଛିନିବାକୁ ଚେଷ୍ଟା କରିଥିଲେ।ଘଟଣା ଦେଖି ସ୍ଥାନୀୟ ଲୋକେ ଦୌଡ଼ିଆସି ବିପଦ ରୋକିବାକୁ ଉଦ୍ୟମ କରିଥିବାବେଳେ, ଦୁର୍ବୃତ୍ତମାନେ ଭୟଭୀତ ହୋଇ ବୋମା ମାଡ କରି ଅଞ୍ଚଳକୁ ଅସ୍ଥିର କରିଦେଇଥିଲେ। ସୌଭାଗ୍ୟବଶତଃ ବୋମା ମାଡରେ କେହି ଆହତ ହୋଇନାହାନ୍ତି, କିନ୍ତୁ ସ୍କୁଟି ଗୁରୁତର ଭାବେ ଉକ୍ଷିଣ ହୋଇଛି।ଘଟଣା ସ୍ଥଳରେ ତିନି ଦୁର୍ବୃତ୍ତ ମଧ୍ୟରୁ ଦୁଇଜଣ ଫେରାର ହୋଇଥିବା ବେଳେ ଜଣେ ଯୁବକ ଲୋକଙ୍କ ହାତେ ଧରାପଡ଼ି ଗୁରୁତର ମାଡ଼ ଖାଇଛନ୍ତି। ପରେ ସେଠି ଥିବା ଲୋକମାନେ ତାଙ୍କୁ ପୋଲିସ ହାତକୁ ହସ୍ତାନ୍ତର କରି ଦେଇଛନ୍ତି।ଘଟଣା ପରେ ଭବାନୀପାଟଣା ସଦର ଏସ୍‌ଡିପିଓ ଆଜିଂଙ୍କ୍ୟା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଟକ ଯୁବକଙ୍କୁ ଗଭୀର ପଚରାଉଚରା କରାଯାଉଛି ଯାହାଦ୍ୱାରା ଦୁଇ ଫେରାର ଦୁର୍ବୃତ୍ତଙ୍କ ପ୍ରସଙ୍ଗରେ ସୂତ୍ରଧା ମିଳିପାରେ ବୋଲି ପୋଲିସ ଆଶା କରୁଛି।ଏହି ଘଟଣା ଏକ ପ୍ରମାଣ ଯେ ଦୁଷ୍କୃତ ଯେପରି ଚେଷ୍ଟା କରିବେ, ଲୋକ ଏବେ ସଚେତନ ଓ ସାହସୀ। ଆବଶ୍ୟକ ହେଉଛି ପୋଲିସ ତଦନ୍ତକୁ ଗଭୀର କରି ଅନ୍ୟ ଦୁର୍ବୃତ୍ତମାନେ କେଉଁଠି ଲୁଚିଛନ୍ତି ତାହା ଉଜାଗର କରିବା।