Hot Posts

6/recent/ticker-posts

ପପଙ୍ଗା ପାହାଡ଼ରେ ବୁଢ଼ାରଜା-କ୍ଷେତ୍ରପାଳଙ୍କ ବନବିହାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଭେଡ଼େନ, ୧୫/୪ : ଆସ୍ଥା, ଐତିହ୍ୟ ଓ ଭକ୍ତିର ଏକ ଅଦ୍ୱିତୀୟ ବିଳୟ ଦେଖାଗଲା ଭେଡ଼େନ ବ୍ଲକର ପବିତ୍ର ଓ ଐତିହାସିକ ପପଙ୍ଗା ପାହାଡ଼ରେ, ଯେଉଁଠି ସୋମବାର ଧୁମଧାମରେ ଅନୁଷ୍ଠିତ ହେଲା ବୁଢ଼ାରଜା ଓ ଦେବୀ କ୍ଷେତ୍ରପାଳଙ୍କ ବନବିହାର ଯାତ୍ରା। ଲକ୍ଷାଧିକ ଭକ୍ତ ବର୍ଷର ଏହି ପବିତ୍ର ଅବସରରେ ଦେବ-ଦେବୀଙ୍କ ଯୁଗଳ ଦର୍ଶନ କରି ସୌଭାଗ୍ୟବାନ ହେଲେ। ବୁଢ଼ାରଜା ଦଶମୀ ଦିନ ଉଭାହୋଇ ଦ୍ବାଦଶୀ ଥରେ ଅଞ୍ଚଳର ଗ୍ରାମଗୁଡ଼ିକୁ ବୁଲି ଘରେଘରେ ପୂଜା ଗ୍ରହଣ କରିଥିଲେ। ଏହି ପବିତ୍ର ଯାତ୍ରା ଶେଷରେ ପୂର୍ଣ୍ଣିମା ପରଦିନ ସେ ମନ୍ଦିରକୁ ପୁନଃ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହିପରି ରୂପେ ଋଷୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ କ୍ଷେତ୍ରପାଳ ମଧ୍ୟ ଦଶମୀ ଦିନ ଉଭାହୋଇ ଅଞ୍ଚଳ ପରିକ୍ରମା କରିବା ପରେ ବୁଢ଼ାରଜାଙ୍କ ସହ ଯୁଗଳ ଦର୍ଶନ ପାଇଁ ପୂର୍ଣ୍ଣିମା ଦିନ ପପଙ୍ଗା ପାହାଡ଼ ଶୀର୍ଷକୁ ପହଞ୍ଚିଥିଲେ। ଶ୍ରଦ୍ଧାର ଶ୍ରେଷ୍ଠ ନମୁନା ଭାବେ ଏହି ଯାତ୍ରାରେ ଦେବ-ଦେବୀଙ୍କୁ ଏକ ଶୋଭାଯାତ୍ରା ମାଧ୍ୟମରେ ବାଟବରଣ କରାଯାଇ ପାହାଡ଼ ଶୀର୍ଷରେ ଥିବା ଆସ୍ଥାନକୁ ନିଆଯାଇଥିଲା, ଯେଉଁଠି ବିଶିଷ୍ଟ ପୂଜକ ବୃନ୍ଦ—ଭବାନୀ ଦେହେରୀ, ଅଜିତ ଦେହେରୀ, ଡା. ଦେହେରା, ନରୋତ୍ତମ, ଚନ୍ଦ୍ରଶେଖର, ଚନ୍ଦନ, ଖମାର ଦେହେରୀ ମାନେ ଆଚାର-ବିଧାନ ଅନୁଯାୟୀ ପୂଜା ପାଳନ କରିଥିଲେ। ପପଙ୍ଗା ପାହାଡ଼ର ଏହି ବନବିହାର କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳୀୟ ସଂସ୍କୃତି, ଐତିହ୍ୟ ଓ ଆସ୍ଥାର ଜୀବନ୍ତ ପ୍ରତିଚ୍ଛବି। ବର୍ଷକର ବିଶ୍ୱାସ ଓ ଭକ୍ତିର ଏହି ଆଖିଁ ଭରା ଜମାବାଡ଼ୀ ଆଉଥରେ ସିଦ୍ଧ କଲା — ପପଙ୍ଗା କେବଳ ପାହାଡ଼ ନୁହେଁ, ଏହା ହେଉଛି ଆସ୍ଥାର ପର୍ବତ।