ପୁରୀ, ୨୨/୪ : ବୈଶାଖ କୃଷ୍ଣ ଦଶମୀ ତିଥିରେ ଆସନ୍ତାକାଲି ପବିତ୍ର ବନକଲାଗି ନୀତି ଶ୍ରୀମନ୍ଦିରରେ ଉତ୍ସବ ଭାବେ ପାଳିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ, ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କୁ ଦତ୍ତ ମହାପାତ୍ର ସେବକମାନେ ଶୃଙ୍ଗାର କରିବେ। ଏହି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ରାତି ୧୦ଟା ପରେ ଦର୍ଶନ ପୁଣି ସ୍ବାଭାବିକ ହେବ। ଶ୍ରୀମନ୍ଦିର ପ୍ରଶାସନ ଦର୍ଶନାର୍ଥୀଙ୍କୁ ଏହି ନୀତି ସମ୍ପର୍କରେ ଅଗ୍ରିମ ସୂଚନା ଦେଇଛି।