Hot Posts

6/recent/ticker-posts

ରାଜ୍ୟରେ ନ୍ୟାୟ ବ୍ୟବସ୍ଥାରେ ନୂଆ ପଦକ୍ଷେପ: ବାଲିଆପାଳ, ଲେଫ୍ରିପଡା ଓ ରେଙ୍ଗାଲିରେ ଗଠିତ ହେଲା ନୂଆ ସିଭିଲ୍ ଜଜ୍ କୋର୍ଟ

ଭୁବନେଶ୍ୱର, ୨୩ / ୪ : – ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ରାଜ୍ୟର ତିନୋଟି ଅଞ୍ଚଳ – ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲିରେ – ନୂତନ ଭାବେ ଜୁନିୟର ଡିଭିଜନ୍ ସିଭିଲ୍ ଜଜ୍ କୋର୍ଟ ଗଠନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ସହ ଏହି ନୂଆ କୋର୍ଟ ଗଠନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦକ୍ଷେପ ଫଳରେ ଉକ୍ତ ତିନି ଅଞ୍ଚଳ ଅନ୍ତର୍ଗତ ରାଜସ୍ୱ ତହସିଲ ଗୁଡିକ ଉପରେ ପୂର୍ବରୁ କ୍ଷେତ୍ରାଧିକାର ରଖିଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍ ସିଭିଲ୍ ଜଜ୍ କୋର୍ଟ ଗୁଡିକର ଅଧିକାର ବିଳୁପ୍ତ ହେବ।ଏହି ନୂଆ କୋର୍ଟଗୁଡ଼ିକର ସ୍ଥାପନ ଦ୍ୱାରା ସ୍ଥାନୀୟ ମାନ୍ୟଙ୍କ ପାଇଁ ନ୍ୟାୟ ସୁବିଧା ଅଧିକ ସହଜ ଓ ସମୟୋପଯୋଗୀ ହେବ ବୋଲି ଆଶା କରାଯାଉଛି।