Hot Posts

6/recent/ticker-posts

ପାଣ୍ଡିଆନ ଅଭିଯୋଗ ମାମଲାରେ ନବୀନଙ୍କ ଖୋଲା ସ୍ଥାନ – ଦଳ ଓ ରାଜ୍ୟ ପାଇଁ ତାଙ୍କର ଭୂମିକା ଅସ୍ପଷ୍ଟ ନୁହେଁ"

ଭୁବନେଶ୍ବର – ଓଡ଼ିଶାର ରାଜନୈତିକ ମଞ୍ଚରେ ଆଜିକାଲି ଏକ ଗଭୀର ତରଙ୍ଗ ଦେଖାଯାଉଛି। ଏହି ତରଙ୍ଗର କେନ୍ଦ୍ରବିନ୍ଦୁରେ ଅଛନ୍ତି ପୂର୍ବତନ IAS ଓ ବିଜେଡିର ଅଧ୍ୟକ୍ଷ ଥିବା ଭିକେ ପାଣ୍ଡିଆନ, ଯିଁ ଏବେ ଦଳରେ ନ ଥିଲେ ମଧ୍ୟ ତାଙ୍କ ନାଁ ନେଇ ଚାରିପାଖରେ ହେଉଛି ଚର୍ଚ୍ଚା, ଆଲୋଚନା ଓ ଅଭିଯୋଗ।

ଏହି ଅଭିଯୋଗ ଏବଂ ରାଜନୈତିକ ଗୋଳମାଳ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ୱୟଂ ମୁଖ୍ୟ ମଞ୍ଚକୁ ଆସି ସ୍ପଷ୍ଟ ବକ୍ତବ୍ୟ ଦେଲେ – “ଭିକେ ପାଣ୍ଡିଆନ କେବଳ ଦଳ ପାଇଁ ନୁହେଁ, ରାଜ୍ୟ ପାଇଁ ବି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ତାଙ୍କୁ ଅବମାନିତ କରିବା, ବଦନାମ କରିବା ଉଚିତ୍ ନୁହେଁ।”

ପାଣ୍ଡିଆନଙ୍କୁ ନିଶାନା କରୁଥିବା ପୂର୍ବତନ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ କରି ନବୀନ ସଂଘଟନର ଅନୁଶାସନ ଦେଖାଇଲେ। ସେ କହିଛନ୍ତି, “ପ୍ରଭାତ ତ୍ରିପାଠୀ ଦଳର ଅଂଶ ନୁହେଁ। ସେ ପୂର୍ବରୁ ଚିଟଫଣ୍ଡ ମାମଲାରେ ଜେଲ ଯାଇଛନ୍ତି। ତେଣୁ ତାଙ୍କର ମତାମତକୁ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ।”

ଏହା ସହିତ, ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ନବୀନ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ତିନି ବିଜେଡି ନେତାମାନେ ବିଭିନ୍ନ ହୋଟେଲରେ ବସି ବୈଠକ କରୁଥିବାକୁ ନାପସନ୍ଦ କରି କହିଛନ୍ତି – “ବୈଠକ ପାଇଁ ଦଳର ମୁଖ୍ୟ କାର୍ଯ୍ୟାଳୟ ଶଂଖଭବନ ଅଛି। ସେଠି ବସନ୍ତୁ।”

ଭିକେ ପାଣ୍ଡିଆନଙ୍କ ଦଳ ଛାଡ଼ିବା ପରେ ମଧ୍ୟ ତାଙ୍କୁ ନେଇ ଯେମିତି ରାଜନୈତିକ ଚର୍ଚ୍ଚା ଚାଲିଛି, ତାହା ଦେଖିବାରେ ଲାଗୁଛି – ସେ ଅନୁପସ୍ଥିତିରେ ମଧ୍ୟ ଉପସ୍ଥିତ। ଏବେ ଦେଖିବାକୁ ଥିବା କଥା – ଏହି ରାଜନୈତିକ ଦୃଶ୍ୟପଟ ଆଗାମୀ ନିର୍ବାଚନ ରେ କେମିତି ଚିତ୍ର ତିଆରି କରେ।