ରେଢ଼ାଖୋଲ, ୧୫ /୪ : ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ ଆୟୋଜିତ ୨୧ ଦିନିଆ ଝାମୁଯାତ୍ରା ଓ ଦଣ୍ଡଯାତ୍ରା ଏବେ ଭକ୍ତି, ଆସ୍ଥା ଓ ଧାର୍ମିକ ଉତ୍ସବର ପରିଚୟ ଦେଉଛି। ଶିବଭକ୍ତମାନଙ୍କ ଉତ୍ସାହ, ଶ୍ରଦ୍ଧା ଓ ସଂସ୍କୃତି ମିଶିତ ଏହି ଯାତ୍ରାକୁ ଦେଖି ଅଞ୍ଚଳ ପ୍ରକାଶିତ ହୋଇଯାଇଛି,ଦଣ୍ଡନୃତ୍ୟ ଏହି ବର୍ଷର ଯାତ୍ରା ବିଶେଷ ଆକର୍ଷଣ ଥିଲା। ରେଢ଼ାଖୋଲ ପୁରୁଣା ଶିବମନ୍ଦିର, କୁଷାମୁରା, ଚଉଁଚା, ସରାପାଲି, ନାକଟିଦେଳ, ପଣ୍ଡୁଆଖୋଲ, ଚାରମାଳ ଖୁବେଲ, କଦଳୀଗତ ଓ ତଇଁଚା ଭଳି ଅଞ୍ଚଳର ବିଭିନ୍ନ ଶିବାଳୟରେ ଭକ୍ତଙ୍କ ଗଣସାଗର ଦେଖିବାକୁ ମିଳିଥିଲା।ଆଜି ଦଣ୍ଡୁଆମାନେ ବାନାଛତ୍ର ଧାରଣ କରି ନିଜ ଅଞ୍ଚଳର ଶିବାଳୟରେ ମନ୍ଦରପରିକ୍ରମା କରି ବାଲୁକା ପୂଜା, ଧୂଳିଦଣ୍ଡ, ଅଗ୍ନି ଦଣ୍ଡ, ପାଟଦଣ୍ଡ ର ଅନୁଷ୍ଠାନ କରିଛନ୍ତି। ବେପରୁଆ ତାପ ମଧ୍ୟରେ ମଧ୍ୟ ତାଙ୍କର ଭକ୍ତି ଅବିଚଳ ରହିଛି।ଅପରାହ୍ନରେ ପାଣିଦନ୍ତ ସାରି ଦଣ୍ଡୁଆମାନେ ନିଜ ଗ୍ରାମକୁ ଫେରି ରାତିରେ ଦଣ୍ଡଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଚାରମାଳ ଖୁବେଲ ଓ ଅନ୍ୟାନ୍ୟ ଶିବକ୍ଷେତ୍ର ଯାତ୍ରା ଅଞ୍ଚଳକୁ ଆନ୍ଦୋଳିତ କରିଛି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବରାମ ମାହୁ ସହ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ପୂଜାର୍ଚ୍ଚନା କରି ଶିବକୃପା ଆଶୀର୍ବାଦ ନେଇଛନ୍ତି।