Hot Posts

6/recent/ticker-posts

ଗତ ୧୦ ଦିନରୁ ନିଖୋଜ ମୋବାଇଲ ନେଟ୍‌ଓ୍ବର୍କ, ବ୍ୟବସାୟ ଓ ଜନଜୀବନ ବିପର୍ଯ୍ୟସ୍ତ

ଦାରିଙ୍ଗବାଡ଼ି, ୧୨/୪ :  – ଦୂରସଂଚାର ବ୍ୟବସ୍ଥା ବିଫଳ ହେବା ଦ୍ୱାରା କେମିତି ଏକ ପୂର୍ଣ୍ଣ ଅଞ୍ଚଳ ଜନଜୀବନ ବିପର୍ଯ୍ୟସ୍ତ ହୋଇପାରେ, ତାହାର ଜ୍ବଳନ୍ତ ଉଦାହରଣ ହେଲା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ପର୍ତ୍ତମାହା ପଞ୍ଚାୟତ। ଗତ ୧୦ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଅଚଳ ରହିଥିବାରୁ ଏଠାରେ ବ୍ୟବସାୟ, ସଂଯୋଗ ଓ ଅନେକ ଆବଶ୍ୟକ ସେବା ଶୂନ୍ୟରେ ପହଁଚିଛି। ପର୍ତ୍ତମାହା, ଯେଉଁଠାରେ ଅଞ୍ଚଳର ଶହଶହ କୃଷକ ଖଲିପତ୍ର, ହଳଦୀ ଓ ଅନ୍ୟାନ୍ୟ ଚାଷ ଉତ୍ପାଦ ବିକ୍ରି କରନ୍ତି, ସେଠି ବଜାର ଦର ବୁଝିବା, ଗ୍ରାହକ ଓ ବ୍ୟପାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଫୋନ୍‌ ଅତ୍ୟାବଶ୍ୟକ। କିନ୍ତୁ ନେଟ୍‌ଓ୍ବର୍କ ଅନୁପଲବ୍ଧ ଥିବାରୁ ସେମାନେ ଆପଣା ଦର ଧାରଣା କରିବା, ବଜାର ଯୋଗାଯୋଗ କରିବାରେ ଅସୁବିଧା ଭୋଗୁଛନ୍ତି।ନେଟ୍‌ଓ୍ବର୍କ ବନ୍ଦ ଥିବାରୁ ବ୍ୟାଙ୍କ ଟ୍ରାନ୍ଜାକ୍ସନ, ଡିଜିଟାଲ ପେମେଣ୍ଟ, ଗୁରୁତ୍ୱପୂର୍ଣ୍ଣ ଶାସନ ବ୍ୟବସ୍ଥା ଓ ବେସରକାରୀ ଲେନଦେନ ପ୍ରାୟ ଅଚଳ ହୋଇଯାଇଛି। ଛୋଟ ବ୍ୟବସାୟୀ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ ଏହା ଗଭୀର ଚିନ୍ତାର ବିଷୟ ହୋଇଉଠିଛି।ଗ୍ରାମବାସୀ ବିଏସ୍‌ଏନ୍‌ଏଲ୍‌ ବିଭାଗକୁ ଗଣେଗଣେ ଅବଗତ କରାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଏହା ଗତିଶୀଳ ଓ ସୂଚନାଯୁକ୍ତ ଗ୍ରାମ ରୂପେ ପର୍ତ୍ତମାହାର ଭୂମିକାକୁ ଅସ୍ପଷ୍ଟ କରି ଦେଉଛି।