ପଦ୍ମପୁର, ୧୩/୪ : – ବନ ସମ୍ପଦ ରକ୍ଷା ମାମଲାରେ ପଦ୍ମପୁର ବନ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅର୍ଜନ କରିଛି। ଅତର୍କିତ ଚଢ଼ାଉ ଅଭିଯାନରେ ବେଆଇନ ଭାବରେ ଖଇର କାଠ ବୋଝାଯାଇଥିବା ଏକ ବୋଲେରୋ ପିକଅପ (ପଞ୍ଜିକୃତ ସଂଖ୍ୟା OD-31-6336) ଜବତ କରାଯାଇଛି। ବନ ବିଭାଗ ଅଧିକାରୀଙ୍କୁ ଗୁପ୍ତ ସୂଚନା ମିଳିଥିଲା ଯେ ଖଇର କାଠ ଚୋରା ଚାଲାଣ ହେଉଛି। ଏହି ସୂଚନାର ଆଧାରରେ କୁର୍ମା-ଗୌଡ଼ମାଲ ରାସ୍ତାରେ ଚଢ଼ାଉ କରାଯାଇଥିଲା। ଅଭିଯାନ ସଫଳ ହୋଇ, ଜଣେ ଅଭିଯୁକ୍ତ — କଂସର ଗ୍ରାମର ତପୋବନ୍ତ କନ୍ଦା — ଅଟକ ରଖାଯାଇଛନ୍ତି ଓ ପଚରାଉଚରା ଚାଲିଛି। ଅଭିଯାନରେ ଯେଉଁଯେଉଁ ବନ କର୍ମଚାରୀ ଅଂଶଗ୍ରହଣ କରିଥିଲେ, ସେମାନେ ହେଲେ – ଡେପୁଟି ରେଞ୍ଜର ସୁଦାମ ଜଗଦଲା, ଫରେଷ୍ଟର ରାଧାକାନ୍ତ କୁମ୍ଭାର, ଫରେଷ୍ଟ ଗାର୍ଡ ପୃଥିରାଜ ଭୋଇ, ସ୍କ୍ବାର୍ଡ ଅଧିକାରୀ ରାଜା ଡନସେନା ଓ ବଳରାମ ସାହୁ। ବନ ସମ୍ପଦ ଉପରେ ଚୋରା ଚାଲାଣକାରୀ ମାଫିଆ ଦଳର ଆଗ୍ରହ ଲାଗିଥିବା ଏହି ଘଟଣା ପୁଣିଥରେ ପ୍ରମାଣିତ କରିଛି। ତେବେ ବନ ବିଭାଗର ସଚେତନ ଓ ସଫଳ ପଦକ୍ଷେପ ଏହାର ବିରୁଦ୍ଧରେ ଏକ ସ୍ପଷ୍ଟ ସନ୍ଦେଶ ଦେଉଛି — ଅବୈଧ କାର୍ଯ୍ୟକୁ କେହି ଛାଡ଼ ମିଳିବ ନାହିଁ।