ନୂଆଦିଲ୍ଲୀ, ୨୨/୪ – ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି। ଜେଦ୍ଦାହରେ ଅବସ୍ଥାନ କରିବାକାଳୀନେ ସେ ଯୁବରାଜ ମହମ୍ମଦ ବିନ ସଲମାନ ସହ ବୈଠକ କରି ବ୍ୟାପାର, ଉର୍ଜା, ସୁରକ୍ଷା ଓ ରଣନୈତିକ ସହଭାଗିତା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ।
ମୋଦି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଗସ୍ତ ବିଷୟରେ ଜଣାଇଛନ୍ତି, "ଭାରତ ଏବଂ ସାଉଦି ଆରବ ମଧ୍ୟରେ ଐତିହାସିକ ଏବଂ ରଣନୈତିକ ଭାବେ ଗଭୀର ସମ୍ପର୍କ ରହିଛି। ଗତ ଦଶବର୍ଷରେ ଏହାର ଗତି ବଢ଼ିଛି।" ସେ ରଣନୈତିକ ସହଭାଗିତା ପରିଷଦର ଦ୍ୱିତୀୟ ବୈଠକରେ ମଧ୍ୟ ଯୋଗ ଦେବେ, ଯେଉଁଥିରେ ଭାବୀ ନିତିଗତ ଦିଗ ନିର୍ଦ୍ଦେଶ ମିଳିବା ଆଶା କରାଯାଉଛି।ଏହି ଗସ୍ତ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷର ହେବା ସମ୍ଭାବନା ରହିଛି।