ରାୟଗଡ଼ା, ୧୫/୪ : – ନିୟମ ଅନୁସାରେ ହେବାକୁଥିବା ବାଲି ଉତ୍ତୋଳନ ବ୍ୟବସ୍ଥା ଆଜି ମାଫିଆ ନିୟନ୍ତ୍ରଣରେ। ରାୟଗଡ଼ା ଜିଲ୍ଲାର ବାମିନି, ଗୁଡ଼ାରି, ଖଇରାଗୁଡ଼ା, ତୁରକାନିଗୁଡ଼ା ସହ ଏକାଧିକ ନଦୀ ଘାଟରୁ ବିନା ଅନୁମତି, ବିନା ରୟାଲ୍ଟି ଓ ବିନା ଟ୍ରାନ୍ସପୋର୍ଟ ଅନୁମତି ରେ ଶହ ଶହ ଟ୍ରିପ୍ ବାଲି ଆନ୍ଧ୍ର ସମେତ ଅନ୍ୟ ଜିଲ୍ଲାକୁ ଚାଲାଣ ହୋଇଛି। ତଥାପି ଖଣି ବିଭାଗ ମାନ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ।
ଏଥିରେ ଅଗ୍ରଗଣ୍ୟ ନାମ ହେଉଛି ମାଳତୀ ଜେନାଙ୍କର। ବ୍ଲକ୍ ରାମନାଗୁଡ଼ାର ବଂଶଧାରା ଘାଟକୁ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ଲିଜ୍ ନେଇଥିଲେ ସେ। ବର୍ଷକୁ ୩୬୦୦ କ୍ୟୁବିକ୍ ମିଟର ବାଲି ଉଠାଇବା ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଚୁକ୍ତି ସମୟ ଶେଷ ହେବା ପୂର୍ବରୁ ମାତ୍ରାଧିକ ବାଲି ଉଠାଇ ଘାଟ ଛାଡ଼ି ଚମ୍ପଟ ମାରି ଗଲେ। ତାଙ୍କ ଉପରେ ୪୧ ଲକ୍ଷରୁ ଅଧିକ ରୟାଲ୍ଟି ବକେୟା ଅଛି।
ସେହିପରି ଲଳିତ କୁମାର ମହାନ୍ତି, ଦିଲ୍ଲୀପ ସାହୁ, ଓ ଶିବାଶିଷ ସାହୁ ମଧ୍ୟ ଲିଜ୍ ନେଇ ବାଲି ଉଠାଇ ପରେ ଘାଟ ବନ୍ଦ କରି ପଳାଇଛନ୍ତି। ଏହା ଫଳରେ ଖଣି ବିଭାଗ ପାଖରେ ମୋଟ ବକେୟା ରୟାଲ୍ଟି ପରିମାଣ ୨ କୋଟି ୪୯ ଲକ୍ଷ ଟଙ୍କା ଛୁଇଁଛି।
ଖଣି ବିଭାଗ ପକ୍ଷରୁ ବାରମ୍ବାର ନୋଟିସ୍ ଦିଆଯାଇଛି, ଯାହା ଅଫଳ ହୋଇଛି। ମାନ୍ୟ ଲିଜ୍ଧାରୀ ରୟାଲ୍ଟି ଦେଉନାହାନ୍ତି, ମେଳ ଭାବେ ଘାଟ ଛାଡ଼ିଦେଇଛନ୍ତି। ବିଭାଗ ଏହାକୁ ଗମ୍ଭୀର ଭାବେ ନେଇଥିବା ବେଳେ ମଧ୍ୟ କୌଣସି ଆଇନଗତ ପଦକ୍ଷେପ ଦୃଶ୍ୟମାନ ନୁହେଁ। ତେବେ ଜିଲ୍ଲା ଖଣି ଅଧିକାରୀ ପର୍ଶୁରାମ ପ୍ରଧାନ ଏହି ଲିଜ୍ଧାରୀଙ୍କ ବିରୁଦ୍ଧରେ ଶୀଘ୍ର ହିଁ ସାର୍ଟିଫିକେଟ୍ କେସ୍ ରଜିଷ୍ଟର କରାଯିବ ବୋଲି ଜଣାଇଛନ୍ତି।
ଏହି ବିଷୟ କେବଳ ଆର୍ଥିକ ଠକେଇ ନୁହେଁ, ପ୍ରାକୃତିକ ସଂସାଧନ ଦୁର୍ବ୍ୟବହାର ଓ ପରିବେଶ ଉପରେ ମଧ୍ୟ ଭୟାବହ ପ୍ରଭାବ ପକାଉଛି। ଆବଶ୍ୟକ ହେଉଛି ଏପରି ଲିଜ୍ ଦୁର୍ବ୍ୟବହାରକୁ ବିରୋଧ କରି ଦୃଢ଼ ଓ ନମୂନା ସ୍ଥାପନା କରିବା, ଯାହା ସମସ୍ତଙ୍କ ପାଇଁ ଶିକ୍ଷା ସ୍ୱରୂପ ହେବ।