Hot Posts

6/recent/ticker-posts

ବେହେରାରେ ବିଦେଶୀ ମଦ ଚୋରା ଚାଲାଣ: ଦୋକାନ କର୍ମଚାରୀ ଙ୍କୁ ଧରିଲେ ଗ୍ରାମବାସୀ

ବେହେରା, ୧୫ / ୪ :  – କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ବିଦେଶୀ ମଦ ଚୋରା ଚାଲାଣ ଘଟଣା ଦିନଦହାଡ଼େ ଫାଶ ହୋଇଛି। ସ୍ଥାନୀୟ ବିଦେଶୀ ମଦ ଦୋକାନର ୨ ଜଣ କର୍ମଚାରୀ ବେଲେ ବେଳେ ଦୋକାନ ଅଭିମୁଖ ଅନ୍ୟ କାରବାର କରୁଥିବା ସନ୍ଦେହ ପୂର୍ବରୁ ରହିଥିଲା। ଏଥିରେ ଗତକାଲି ସନ୍ଧ୍ୟା ବେଳେ ଏକ ବାଇକ୍ (ନଂ. ଓଆର-୦୮ଏଫ-୦୪୦୩) ଉପରେ ପ୍ରାୟ ୪୮ ଲିଟର ବିଅର ବୋଝା ଉଠାଇ ବେଆଇନ ଭାବେ ଚାଲାଣ କରୁଥିବା ସମୟରେ ଗ୍ରାମର ସଚେତନ ଯୁବମାନେ ତାଙ୍କୁ ଅଟକାଇ ଦେଇଥିଲେ। ସେମାନେ କୋକସରା ଥାନାକୁ ସୂଚନା ଦେଉଥିବା ସାଙ୍ଗକୁ, ଥାନା ଏସ୍‌ଆଇ ହେମନ୍ତ କୁମାର ପାତ୍ର, ଏଏସ୍‌ଆଇ ସନ୍ତୋଷ କୁମାର ନାଏକ ଓ ଗ୍ରାମରକ୍ଷୀ ଭୋଳାନାଥ ଭରତିଆ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମଦ ଓ ଜଣାସନା ଅଭିଯୁକ୍ତଙ୍କୁ ଥାନାକୁ ନେଇଯାଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ଗ୍ରାମବାସୀ ମଧ୍ୟ ଉଦ୍ଗ୍ରାହ ପ୍ରକାଶ କରି ବେଆଇନ ମଦ ଚାଲାଣ ବନ୍ଦ କରିବା ପାଇଁ ପ୍ରଶାସନ ଓ ପୁଲିସର କଢ଼ା ପଦକ୍ଷେପ ଦାବି କରିଛନ୍ତି।