Hot Posts

6/recent/ticker-posts

ନୃସିଂହନାଥ ରେ ହୋଇଛି ଯାଇଛି ବୈଶାଖ ମେଳା ପ୍ରସ୍ତୁତି ବୈଠକ



ପାଇକମାଳ, ୧୬/୪ : ଆସନ୍ତା ୭ ରୁ ୧୨ ମେ ପର୍ଯ୍ୟନ୍ତ ବୈଶାଖ ମେଳା ଓ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବକୁ ନେଇ ନୃସିଂହନାଥ ମନ୍ଦିର ସଭାଗୃହରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଟ୍ରଷ୍ଟି ଓ ଅତିରିକ୍ତ ବିଡିଓ ଦେବାଶିଷ ସିହ୍ନାଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଥିଲା।

ବୈଠକରେ ବିଧାୟିକା ବର୍ଷା ସିଂ ବରିହା, ଉପଜିଲ୍ଲାପାଳ ଅରୁଗୁଳା ସ୍ନେହା, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବ୍ଳକ ଅଧ୍ୟକ୍ଷ ଭାବନା ସିଂ, ସାଂସଦ ପ୍ରତିନିଧି ସରୋଜ ସାମଲ, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ପୁରୁଷୋତ୍ତମ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ।

ଲକ୍ଷାଧିକ ଭକ୍ତଜନଙ୍କ ଭିଡ଼ ଦୃଷ୍ଟିରେ ରଖି ପାନୀୟ ଜଳ, ଶୌଚାଳୟ, ସ୍ବାସ୍ଥ୍ୟସେବା, ବିଦ୍ୟୁତ ଏବଂ ଯାତାୟାତ ସୁବିଧା ନେଇ ବ୍ୟାପକ ଆଲୋଚନା ହେଲା। ମେଳାର ସଂଗଠନାତ୍ମକ ଦିଗକୁ ଗୁରୁତ୍ୱ ଦେଇ ୪୦ ଜଣିଆ ବୈଠକିକ କମିଟି ଗଠନ କରାଯିବା ନିଷ୍ପତି ଗ୍ରହଣ କରାଯାଇଛି।

ଯଦିଓ ବୈଠକର ଅନେକ ଅଂଶ ଉତ୍ସାହଦାୟକ ଥିଲା, ତଥାପି ଜିଲ୍ଲାପାଳ ସହ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଅନୁପସ୍ଥିତି ନେଇ ଗଭୀର କ୍ଷୋଭ ଜଣାପଡ଼ିଛି। ଅନେକ ଅନୁପସ୍ଥିତିକୁ ଅଗାମୀ ଦିନରେ ଦୂର କରିବା ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ନିଷ୍ପତି ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଅତିରିକ୍ତ ବୈଠକ ଆୟୋଜିତ କରି ମେଳା ପାଇଁ ସଂପୂର୍ଣ୍ଣ ସମନ୍ୱୟ ନିଶ୍ଚିତ କରାଯିବ ବୋଲି ସୂଚନା ମିଳିଛି।

ଏକ ପବିତ୍ର ଧାର୍ମିକ ଅବସରକୁ ନିର୍ମଳ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପ୍ରଶାସନ, ଟ୍ରଷ୍ଟ ଓ ସ୍ଥାନୀୟ ଜନତା ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ। ମେଳା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ଏକ ସାଂସ୍କୃତିକ ଓ ଆର୍ଥିକ ଜୀବନର ଓପରେ ମଧ୍ୟ ପ୍ରଭାବ ପକାଏ।