ନୂଆଦିଲ୍ଲୀ, ୨୨।୪ — ସୁନା ପ୍ରେମୀ ଭାରତୀୟଙ୍କ ପାଇଁ ଏକ ଅପୂର୍ବ ଅନୁଭୂତି ଏବଂ ଏକ ଭୟଙ୍କର ଚିନ୍ତାର ସମୟ! ଏହି ସପ୍ତାହ ସୁନା ଦର ନୂତନ ଇତିହାସ ଗଢ଼ିଛି। ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ଦିନେ ୩,୦୦୦ ଟଙ୍କା ବଢ଼ି, ୧ ଲକ୍ଷ ୧ହଜାର ୩୫୦ ଟଙ୍କାକୁ ଛୁଇଁଛି। ଏହି ବୃଦ୍ଧି ଦ୍ୱାରା ଭାରତର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ସମସ୍ତ ବଡ଼ ସହରରେ ସୁନା ଦାମ ୧୦,୧୩୫ ଟଙ୍କା ପ୍ରତି ଗ୍ରାମରେ ପହଞ୍ଚିଛି।ବିଶ୍ୱ ବଜାରର ଅସ୍ଥିରତା, ଅର୍ଥନୈତିକ ଅନିଶ୍ଚିତତା ଏବଂ ବିନିମୟ ଦରର ପ୍ରଭାବରେ ଏହି ବୃଦ୍ଧି ଘଟିଛି। ସୁନାକୁ ସୁରକ୍ଷା ବିନିଯୋଗ ବୋଲି ଧାରଣା ଥିଲେ ମଧ୍ୟ, ଏହି ବୃଦ୍ଧି ସାଧାରଣ ଜନତା ପାଇଁ ଚିନ୍ତାର ବିଷୟ ହୋଇପାରେ। ଉତ୍ସବ ଋତୁ ଓ ବିବାହ ସମୟ ଆସିବା ସହିତ ଏହା ଆର୍ଥିକ ଚାପ ବଢ଼ାଇପାରେ।