ଝାରସୁଗୁଡ଼ା, ୧୨/୪ : – ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼–ଝାରସୁଗୁଡ଼ା ରାସ୍ତାରେ ଗୁରୁତ୍ୱପୂର୍ଣ୍ଣ ଏକ ଏନ୍କାଉଣ୍ଟର ଘଟଣା ଘଟିଛି, ଯାହାରେ ଦୁଇ ଅଭିଯୁକ୍ତ – ଶେଖ୍ ଆସିଫ୍ ଓ ଅଭିଷେକ ବାରିକ୍ – ପୋଲିସ ଗୋଲିରେ ଢେର ହୋଇଛନ୍ତି। ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସ୍ପି ଏହି ସୂଚନା ନିଶ୍ଚିତ କରିଛନ୍ତି।
ପୋଲିସ ର ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଏକ ନାବାଳିକା ବଳାତ୍କାର ମାମଲାରେ ଶେଖ୍ ଆସିଫ୍ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଥିଲେ। ସେ ଦୀର୍ଘଦିନ ଧରି ପୋଲିସରୁ ଲୁଚି ରହିଥିଲେ ଓ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଆସିଫଙ୍କ ନାଁରେ ପୂର୍ବରୁ ଦୁଇଟି ଅନ୍ୟ ମାମଲା ଥିବା ବିଷୟଟି ବି ପୋଲିସ ଖୋଲାସା କରିଛି। ଏହି ଘଟଣା ସହିତ ସଂପୃକ୍ତ ଅନ୍ୟ ଜଣ ସହଯୋଗୀ ଏପର୍ଯ୍ୟନ୍ତ ଫେରାର ଥିବା ସୂଚନା ମିଳିଛି। ପୋଲିସ ବିଭାଗ ଦ୍ୱାରା ଏହି ଏନ୍କାଉଣ୍ଟର କାର୍ଯ୍ୟାନୁଷ୍ଠାନକୁ ଏକ ସଂକେତ ଭାବେ ଦେଖାଯାଉଛି ଯେ, ଅପରାଧୀ ଯେତେ ଚାଲାକ ହେଉପଛେ , ଆଇନ ତାଙ୍କୁ ଛାଡ଼ିବ ନାହିଁ।