Hot Posts

6/recent/ticker-posts

ନିଶା କାରବାର କୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

ବଲାଙ୍ଗୀର, ୧୧/୪ : ନିଶା ବାହାନାରେ ଅପରାଧ ଜନ୍ମ ନେଉଛି, ଏହାର ଉଦାହରଣ ହିସାବରେ ଗୁରୁବାର ରାତି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗ୍ରାମରେ ଏକ ଯୁବକଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିଛି ଅରୁଣ ସାଏ ପଟେଲ ବୋଲି, ଯିଏ ସରଗାଡ଼ କଲୋନୀପଡ଼ାର ବାସିନ୍ଦା ଥିଲେ।ପଡ଼ୋଶୀ ଓ ସ୍ଥାନୀୟ ମାନେ ସନ୍ଦେହ କରୁଛନ୍ତି ଯେ, ନିଶା କାରବାର କିମ୍ବା ନିଶାସେବନକୁ ନେଇ କୌଣସି ବିବାଦର ଫଳରେ ଏହି ହତ୍ୟା ଘଟିଥିବା ସମ୍ଭାବନା ଅଛି। ଏହା ଗୁରୁତ୍ତର ଚିନ୍ତାର ବିଷୟ, ଯେଉଁଠି ଯୁବପିଢ଼ି ନିଶାର ଶିକାର ହେଇ ଅପରାଧର ଶିକାର ହେଉଛନ୍ତି। ଘଟଣା ସୂଚନା ମିଳିଥିବା ବେଳେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଦୁଇଜଣକୁ ଅଟକ କରାଯାଇଛି ଓ ପଚରାଉଚରା ଜାରି ଅଛି। ଘଟଣାର ଅସଳ କାରଣ ବାହାରିବା ପାଇଁ ପୋଲିସ ଗଭୀର ତଦନ୍ତ କରୁଛି। ଏହି ଅପ୍ରତ୍ୟାଶିତ ଘଟଣା ଗ୍ରାମରେ ଭୟ ଓ ଅସ୍ଥିରତା ସୃଷ୍ଟି କରିଛି। ସାଧାରଣ ଲୋକମାନେ ନିଶା ବିରୋଧରେ କଠୋର ପଦକ୍ଷେପ ଦାବି କରୁଛନ୍ତି।