Hot Posts

6/recent/ticker-posts

କୁଆଁରୀ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା କିମ୍ବା କିଛି ଅନ୍ୟ କାରଣ ? ପୋଲିସ ତଦନ୍ତ ଆରମ୍ଭ

ନିରାକାରପୁର, ୧୦/୪ : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସାମୀପ୍ୟରେ ଥିବା ରାମେଶ୍ୱର ନିକଟକୁଆଁରୀ ଜଙ୍ଗଲରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ଆଳିଶାସନ ଗ୍ରାମବାସୀ ବାଦଲ ପ୍ରଧାନ ବୋଲି ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରୁ ବାଦଲଙ୍କ ବାଇକ୍ (ନମ୍ବର: OD13Y-8194) ଓ ଏକ ମୋବାଇଲ ଫୋନ ଜବତ କରିଛି। ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା (କେସ୍ ନଂ: 4/25) ରୁଜୁ କରାଯାଇଛି ବୋଲି ନିରାକାରପୁର ଥାନାଧିକାରୀ ବିଶ୍ବଜିତ ରାଉତରାୟ ଜଣାଇଛନ୍ତି। ସ୍ଥାନୀୟ ଅମ୍ବଗଛର ଡାଳରେ ବେକ ଦ୍ୱାରା ଗଳାକୁ ବାନ୍ଧି ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିଲେ ମଧ୍ୟ, ମୃତ୍ୟୁ ପଛରେ ଅନ୍ୟ କୌଣସି ତଥ୍ୟ ରହିଛି କିନା ବିସ୍ତୃତ ତଦନ୍ତ ପରେ ମାନ୍ୟ ହେବ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସରକାରୀ ମେଡିକାଲ କଲେଜକୁ ପଠାଯିବ ବୋଲି ସୂଚନା ମିଳିଛି।ଏହି ଅପମୃତ୍ୟୁର ଚରମ ସତ୍ୟ କଣ—ଆତ୍ମହତ୍ୟା ନାକି ଯୋଜନାବଦ୍ଧ ହତ୍ୟା? ଏହି ପ୍ରଶ୍ନ ନେଇ ଅଞ୍ଚଳରେ ଚର୍ଚ୍ଚା ତୀବ୍ର ହୋଇଛି। ପରିବାର ପକ୍ଷରୁ ମଧ୍ୟ ଏହି ଘଟଣା ନେଇ ଶଙ୍କା ବ୍ୟକ୍ତ କରାଯାଇଥିବା ସୂଚନା ମିଳିଛି।