Hot Posts

6/recent/ticker-posts

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ - ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାହିନୀ

ପୁରୀ, ୨୭/୪ : ପୁରୀ ଶ୍ରୀମନ୍ଦିର ସୁରକ୍ଷା ଏବଂ ଶୃଙ୍ଖଳା ପାଇଁ ରାଜ୍ୟ ସରକାର ଗହିରା ପଦକ୍ଷେପ ଗ୍ରହଣ କରିଛି। ଏବେ ଶ୍ରୀମନ୍ଦିର ପାଇଁ ଥିବା ସ୍ଵତନ୍ତ୍ର ସୁରକ୍ଷା ବାହିନୀର ଗଠନ ହେଉଛି! ଜଣେ କମାଣ୍ଡାଣ୍ଟ, ୨ ଡେପୁଟି କମାଣ୍ଡାଣ୍ଟ, ୩ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିତ ୮ ଇନ୍ସପେକ୍ଟର, ୩୧ ସବ୍‌-ଇନ୍ସପେକ୍ଟର ଓ ୨୪ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ନିଯୁକ୍ତି ହେବ। ଆଗକୁ ଦିନକୁ ଦିନ ବଢ଼ୁଥିବା ଶ୍ରଦ୍ଧାଳୁ ଭିଡ଼କୁ ମଦ୍ୟ ମନେରଖି, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବୈଷୟିକ ପ୍ରଶିକ୍ଷଣ ସହ ସ୍ଵତନ୍ତ୍ର ବାହିନୀ ଯୋଗଦେବ। 
ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ ଓ ଧାଡ଼ି ଦର୍ଶନ ସୁରକ୍ଷା ଏହି ବାହିନୀର ମୁଖ୍ୟ ଦାୟିତ୍ୱ ହେବ। ଏହା ସହ ଆତଙ୍କବାଦ ନିରୋଧ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ମଧ୍ୟ ଖାସ ଗୁରୁତ୍ୱ ଦିଆଯିବ। ମୋଟ ୧୨୦୦ରୁ ଅଧିକ ସୁରକ୍ଷା କର୍ମଚାରୀ ଏହି ଅଭିଯାନରେ ସମିଲ ହେବେ। ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ମଧ୍ୟ ଯୋଜନା ଚାଲିଛି। ପୁରୀ ର ଏହି ନୂଆ ସୁରକ୍ଷା ଚକ୍ରବ୍ୟୁହ ଆସିବାର ସହିତ ଶ୍ରଦ୍ଧାଳୁମାନେ ଏବେ ଶ୍ରୀମନ୍ଦିରରେ ଅଧିକ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନର ଅନୁଭବ କରିପାରିବେ।