Hot Posts

6/recent/ticker-posts

ଆଜି ଭୁବନେଶ୍ୱର ର ୭୭ ତମ ପ୍ରତିଷ୍ଠା ଦିବସ, ଏକ ଶାନ୍ତ ଶିଳା ଠାରୁ ଆଧୁନିକ ଆଇଟି ହବ୍ ପର୍ଯ୍ୟନ୍ତ ର ଯାତ୍ରା

ଭୁବନେଶ୍ୱର, ୧୩ /୪ – ଆଜି ଓଡ଼ିଶାର ଗର୍ବ, ରାଜ୍ୟର ହୃଦୟସ୍ଥଳୀ ଭୁବନେଶ୍ୱର ପାଉଛି ଏହାର ୭୭ତମ ପ୍ରତିଷ୍ଠା ଦିବସ। ଏକ ସାଧାରଣ ଗ୍ରାମ ଠାରୁ ଆରମ୍ଭ କରି, ଆଜି ଭୁବନେଶ୍ୱର ପରିବର୍ତ୍ତିତ ହୋଇଛି ଏକ ନବଜାଗୃତ ଆଧୁନିକ ଶହରରେ, ଯାହା ରାଜନୈତିକ, ସାଂସ୍କୃତିକ, ଶିକ୍ଷା ଓ ଟେକ୍ନୋଲୋଜି ମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥିତ୍ୱ ତିଆରି କରିଛି।ଆଜି ରାଜଧାନୀ ନାମ ଫଳକରେ ମାଲ୍ୟାର୍ପଣ ପରେ ବାଚସ୍ପତି ସୁରମା ପାଢୀ ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସାରା ସହରରେ ଉତ୍ସବ ମୁଖର ପରିବେଶ, ସଂସ୍କୃତିକ କାର୍ଯ୍ୟକ୍ରମ, ଫଟୋ ଚିତ୍ର ପ୍ରଦର୍ଶନୀ, ଓ ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ବିଶେଷ ସମ୍ମାନ ଅନୁଷ୍ଠାନ ରେ ୧୩ ଜଣ ବ୍ୟକ୍ତିଙ୍କୁ "ରାଜଧାନୀ ଗୌରବ ସମ୍ମାନ ୨୦୨୫" ପ୍ରଦାନ – ଏସବୁ ଆଜି ରାଜଧାନୀର ଅଭିମାନର ଚିହ୍ନ।

୧୯୪୮ ମସିହା ଏପ୍ରିଲ ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ଭୁବନେଶ୍ୱରକୁ ରାଜ୍ୟ ରାଜଧାନୀ ବନେଇବା ପାଇଁ ଶିଳାନ୍ୟାସ କରିଥିଲେ। ସେଇ ଦିନରୁ ଆଜି ପର୍ଯ୍ୟନ୍ତ, ଏହି ସହର ଗତିଶୀଳ ଉନ୍ନତିର ଏକ ଉଦାହରଣ ହୋଇଉଠିଛି। ଗତ ୭୭ ବର୍ଷରେ ଭୁବନେଶ୍ୱର ପାଇଁ ସମୟ ଥିଲା ବୃଦ୍ଧି, ବିକାଶ ଓ ରୂପାନ୍ତରଣର। ଏକ ସମୟ ଥିଲା ଯେଉଁଠାରେ ଏହା ଥିଲା ସ୍ଥିର ଏବଂ ଶାନ୍ତ, ଆଜି ଏହି ସହର ପାଉଛି ମେଟ୍ରୋ ଯୋଗାଯୋଗ, ଏଲିଭେଟେଡ୍ କରିଡୋର, ଇନର ଓ ଆଉଟର ରିଙ୍ଗରୋଡ୍, ମଲ୍ଟି-ଲେଭେଲ୍ ଫ୍ଲାଏଓଭର, ଓ ନିଉ ସିଟି ପରିକଳ୍ପନା ଭିତରେ ଏକ ଆଧୁନିକ ସିଟି ରୂପେ ନିଜକୁ ପୁନଃ ସଂଜ୍ଞାପିତ କରୁଛି।ଇନ୍ଫୋସିଟି-୩ ଯୋଜନା, ଏହି ଆଗାମୀ ଦିନରେ ଭୁବନେଶ୍ୱରକୁ ଦେଶର ଆଇଟି ର ହୃଦୟ କେନ୍ଦ୍ର ଭାବେ ଗଢ଼ି ତୋଳିବ।ଭୁବନେଶ୍ୱରର ଏହି ଯାତ୍ରା କେବଳ ଇମାରତ ବଦଳା ନୁହେଁ, ଏହା ହେଉଛି ଏକ ମନୋଭାବ, ଏକ ଦୃଷ୍ଟିକୋଣ ଓ ଏକ ଭବିଷ୍ୟତ ନିର୍ମାଣର କଥା। ଏହି ଦିନଟି ମାତ୍ର ଉତ୍ସବ ନୁହେଁ, ଏହା ହେଉଛି ଗର୍ବ ଓ ଆଶା ର ଏକ ପ୍ରତିକ।