ଅପେକ୍ଷା ଶେଷ! ଓଡ଼ିଶାର ୫ ଲକ୍ଷ ୯୦ ହଜାର ହିତାଧିକାରୀ ପାଇଁ ଖୁସିର ସମୟ! ଆସନ୍ତା ଏପ୍ରିଲ ୨୪ ରେ ପୁରୀରେ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆ ରାସନ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏହି ନୂଆ କାର୍ଡ ହେବ ରଙ୍ଗିନ ଓ ଲାମିନେଟେଡ୍ – ହିତାଧିକାରୀଙ୍କ ପାଇଁ ଏକ ଆଧୁନିକ ଭେର୍ସନ୍।ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ, ଏପ୍ରିଲ ୨୨ ମଧ୍ୟରେ ସମସ୍ତ ରାସନ କାର୍ଡ ପ୍ରିଣ୍ଟ ଓ ଲାମିନେଶନ ସହ ପ୍ରସ୍ତୁତ ହେବ। ତେବେ ଚିନ୍ତାର ବିଷୟ – ପ୍ରାୟ ୨୫ ଲକ୍ଷ ଲୋକ ଏଯାବତ୍ E-KYC ନ କରିପାରିଥିବାରୁ ଅଫିସରମାନେ ଫିଲ୍ଡରେ ରହିବେ ।ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଆରମ୍ଭ ହୋଇ, ଗୋଟିଏ ପରେ ଗୋଟିଏ ହିତାଧିକାରୀଙ୍କୁ ଏହି ନୂତନ ରାସନ କାର୍ଡ ମିଳିବ। ଏହି କାର୍ଯ୍ୟକ୍ରମ ଦେଶରେ ଲାଗୁଥିବା ସର୍ବୋତ୍ତମ ଲୋକସେବା ଉଦ୍ୟମର ଏକ ମିଳପାତ ଭାବରେ ଦେଖାଯାଉଛି।