Hot Posts

6/recent/ticker-posts

ଓଡ଼ିଶାରେ ପ୍ରଭାବ ଦେଖାଇବ ଲଘୁଚାପ , ପାଣିପାଗ ବିଭାଗର ଏଲର୍ଟ ଜାରି

ଭୁବନେଶ୍ୱର, ୭/୪ :  – ବଙ୍ଗୋପସାଗରରେ ଗଢ଼ିଉଠିଥିବା ଏକ ଲଘୁଚାପ କ୍ଷେତ୍ର ଓଡ଼ିଶାର ପାଣିପାଗରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ରାଜ୍ୟର ବିଭି ନ୍ନ ଅଞ୍ଚଳରେ ବର୍ଷା ଓ ତାପମାତ୍ରାରେ ପରିବର୍ତ୍ତନ ଆଣିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜଣାଇଛି।

ପାଣିପାଗ ବିଭାଗ ଅନୁସାରେ, ସୋମବାର ଅପରାହ୍ନରେ ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଗଜପତି ଓ ଅନ୍ୟାନ୍ୟ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରୁ ବର୍ଷାର ତିବ୍ରତା ବଢ଼ିପାରିବା ସହିତ, ରାଜ୍ୟର କେତେକ ଅଞ୍ଚଳକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ତେବେ ଅନ୍ୟପଟେ ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା ରହିଛି। ରବିବାର ଦିନ ୭ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା। ବୌଦ୍ଧରେ ୪୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହେବା ସହିତ, ଅନୁଗୋଳ, ଝାରସୁଗୁଡ଼ା, ଟିଟିଲାଗଡ଼ରେ ୪୧ ଡିଗ୍ରୀ, ହୀରାକୁଦ ୪୦.୧, ସୋନପୁର ୪୦.୮, ପାରଳାଖେମୁଣ୍ଡି ୪୦.୦ ଡିଗ୍ରୀ ଅନୁଷ୍ଠାନ କରିଛି।

ବିଶେଷଜ୍ଞମାନେ କହୁଛନ୍ତି ଯେ, ଲଘୁଚାପ ଯଦି ଶକ୍ତି ଧାରଣ କରିବ ଓ ଶୀଘ୍ର ଭାବେ ଉପକୂଳ ଦିଗକୁ ଗତି କରେ, ତେବେ ରାଜ୍ୟବାସୀଙ୍କ ପାଇଁ ଏହା ତାପମାତ୍ରାରୁ ଅସ୍ତିର ରହାଣୀକୁ ରୋକି ଆଶ୍ୱସ୍ତି ଦେଇପାରିବ।