ନୂଆପଡ଼ା, ୧୦/୪ : ଟାନୱାଟ ପଞ୍ଚାୟତ ଅନ୍ତର୍ଗତ ଗୋବରା ଗାଁରେ ରାଜେନ୍ଦ୍ର ରାଉତ (୩୮) ନାମକ ଏକ ଯୁବକଙ୍କ ଦୃଷ୍ଟିହୀନ ଉନ୍ମାଦ ଆଚରଣ ଗତ କିଛି ଦିନ ଧରି ଗ୍ରାମବାସୀଙ୍କ ଜୀବନକୁ ନରକ ମନେ କରାଇଦେଇଥିଲା। ଅନୁବୃତ ନିଶାସକ୍ତ ବ୍ୟବହାର, ଛୁରି-ଖଣ୍ଡା ହାତରେ ଧାରଣ କରି ଦିନରେ ଦିନେ ଆତଙ୍କ ବିକିରଣ, ଓ ନାରୀ ଉପରେ ଅପମାନଜନକ ଗାଳିଗୁଲଜ କରି ଗ୍ରାମର ପରିବେଶକୁ ଅସ୍ଥିର କରିଥିଲେ। ଗ୍ରାମରେ ତାଙ୍କ ଆକ୍ରମଣରେ ବୃଷଭ ମାଝି (୩୦), ଜାନକି ରାଉତ (୪୭), ଲୋଚନ ମାଝି (୪୮) ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ପଟେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଉପରେ ଅକ୍ରମଣ ପରେ ଛାତ୍ରଛାତ୍ରୀ ଭୟ ରେ ପଢ଼ିବାକୁ ଆସୁନଥିଲେ , ଅଙ୍ଗନୱାଡି କେନ୍ଦ୍ର ଚାଲିବାରେ ବାଧା, ଶିଶୁ ଓ ମାନଙ୍କୁ ଖାଦ୍ୟ ମିଳିବାରେ ବିଘ୍ନ ଘଟିଥିଲା।ପୋଲିସ ଅଭିଯୋଗ ହେବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତ ଗୁରୁବାର ଗ୍ରାମର ଶତାଧିକ ମହିଳାପୁରୁଷ, ଆଦିବାସୀ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାକୁ ବସିଥିଲେ। ଧାରଣାରେ ଗ୍ରାମବାସୀଙ୍କ ସଂକଳ୍ପ: "ଗିରଫ ନ ହେବାପର୍ଯ୍ୟନ୍ତ ଆମେ ଉଠିବୁ ନାହିଁ" ଏହି ଘଟଣାର ଗୁରୁତ୍ୱ ଅନୁଭବ କରି ଜିଲ୍ଲାପାଳ ମଧୁସୂଦନ ଦାସ ନିଜେ ଧାରଣା ସ୍ଥଳକୁ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ତୁରନ୍ତ ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେମେରଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିଲେ।ପୋଲିସ ଟିମ୍ ଗାଁକୁ ପହଞ୍ଚି ରାଜେନ୍ଦ୍ର ରାଉତଙ୍କୁ ଗିରଫ କରି ନେଇ ଯିବା ପରେ ଅପରାହ୍ନ ୨ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଏହି ଆନ୍ଦୋଳନ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି—ଜଣେ ଅନ୍ୟାୟକାରୀଙ୍କ ଭୟରେ ଗାଁ ଭୟଭୀତ ରହିବା ପରିବର୍ତ୍ତେ ସଂଘବଦ୍ଧ ଭାବେ ଦବାବ ଦିଆଯିବା ଦରକାର। ଗୋବରା ଗ୍ରାମବାସୀ ଦେଶର ସମସ୍ତ ଗ୍ରାମ ପାଇଁ ଏକ ଅନୁପ୍ରେରଣା।