Hot Posts

6/recent/ticker-posts

ପହଲଗାମ ଆକ୍ରମଣ ପରେ ଉରି ଥିଲା ଟାର୍ଗେଟ ରେ, ସେନାର ଜବାବୀ ଆକ୍ସନ ରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର, ୨୩ / ୪ :  – ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମାନବତା ଓ ଶାନ୍ତି ଉପରେ ଯେଉଁ ଆଘାତ ପଡ଼ିଛି, ତାହା ପୂର୍ବ ଇତିହାସର ଦୁଃଖଦ ପୁନରାବୃତ୍ତିକୁ ଉଦ୍ବେଳିତ କରିଛି। ବଡ଼ପର୍ଯ୍ୟଟନ କେନ୍ଦ୍ର ପହଲଗାମର ବୈସରନ୍‌ ଉପରେ ଏଲଇଟି ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ସାହିତ ବିଦେଶୀ ଭ୍ରମଣକାରୀମାନେ ମୃତ୍ୟୁ ବରଣ କରିଛନ୍ତି। ଏହି ଆକ୍ରମଣର ତୀବ୍ରତା ଏପର୍ଯ୍ୟନ୍ତ ଜଣେ ଓଡ଼ିଆ ଓ ୨ ବିଦେଶୀ ସହିତ ସର୍ବମୋଟ ୨୬ ଜଣଙ୍କ ଜୀବନ ଅନ୍ଧକାରରେ ବିଲୀନ କରିଛି।

ମଙ୍ଗଳବାର ଅପରାହ୍ନ, ପାକିସ୍ତାନୀ ଆଧାରିତ ଆତଙ୍କବାଦୀ ଗୁଟିକ ଲଶ୍କର-ଏ-ତୋଇବା ପ୍ରାୟ ୫୦ ରାଉଣ୍ଡ ଗୁଳି ଚଳାଇ ଜଣସାଧାରଣ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିପରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ କିଛିଙ୍କ ଅବସ୍ଥା ଗମ୍ଭୀର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ଜଣାଯାଉଛି। ଉଦ୍ଧାର କାର୍ଯ୍ୟ ଅଭିଯାନରେ ସେନା ହେଲିକପ୍ଟର ନିଯୁକ୍ତ ହୋଇଛି।

ଏହି ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ କମର କସିଦେଇଛନ୍ତି। ବୁଧବାର ଉରି ଅଞ୍ଚଳରେ ଅନୁପ୍ରବେଶ କରିବା ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସେନା ନିପାତ କରି ଅଞ୍ଚଳକୁ ରକ୍ଷା କରିଛି। ସେମାନଙ୍କଠାରୁ AK-47 ରାଇଫଲ ଓ ବିସ୍ଫୋରକ IED ମଧ୍ୟ ଜବତ ହୋଇଛି।

ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଭ୍ରମଣ ବିଚ୍ଛିନ୍ନ କରି ଦେଶକୁ ଫେରି ଆସି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ NSA ଅଜିତ ଡୋଭାଲ ଉପସ୍ଥିତ ଥିଲେ। ତାଙ୍କ ନେତୃତ୍ୱରେ ଏହି ଘଟଣା ଉପରେ ଗଭୀର ଆଲୋଚନା ହୋଇଥିଲା। ଏନଆଇଏ ଟିମ ପହଲଗାମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।