Hot Posts

6/recent/ticker-posts

ମେ’ ୨୦ରୁ ଖୋଲିବ ମଣ୍ଡି , ୫.୫ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ

ନୂଆପଡ଼ା, ୨୦ / ୪ : ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଶନିବାର ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଏହିବାର ରବି ଋତୁରେ ଧାନ କ୍ରୟ ପ୍ରକ୍ରିୟା ନେଇ ବିସ୍ତୃତ ଆଲୋଚନା ହୋଇଯାଇଛି। ଏଥିପାଇଁ ଆସନ୍ତା ୨୦ ମେ’ରୁ ଜିଲ୍ଲାରେ ୩୨ଟି ମଣ୍ଡି ଖୋଲାଯିବା ଓ ଧାନ କ୍ରୟ ଲକ୍ଷ୍ୟ ୫.୫ ଲକ୍ଷ କୁଇଣ୍ଟାଲ ରଖାଯାଇଥିବା ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏହି ବୈଠକର ଅଧ୍ୟକ୍ଷତା କରୁଥିଲେ ଜିଲ୍ଲାପାଳ ମଧୁସୂଦନ ଦାସ। ସେଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଧାୟକ ପ୍ରତିନିଧି ରାମଲାଲ ହଂସ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝି, ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ, ନିୟନ୍ତ୍ରିତ ବଜାର ସମିତି ସମ୍ପାଦକ ଆର୍ଯ୍ୟକୁମାର ମୁଦୁଲି, ଚାଷୀ ନେତା ଯଦୁମଣି ପାଣିଗ୍ରାହୀ, ମନୋଜ ସାହୁ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ରାଇସମିଲ୍‌ ମାଳିକ ମାନେ ଉପସ୍ଥିତ ଥିଲେ।ଗତ ବର୍ଷ ଖରିଫ ଋତୁରେ ଜିଲ୍ଲାରେ ୨୦.୯ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ବେଳେ ୯୯.୪୮% ଲକ୍ଷ୍ୟ ପୂରଣ ହୋଇଥିଲା। ରବିରେ ୫.୩ ଲକ୍ଷ କୁଇଣ୍ଟାଲ ଲକ୍ଷ୍ୟ ବିରୋଧରେ ୪.୮୬ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ହୋଇଥିଲା। ଚଳିତ ବର୍ଷ ୧୩,୨୯୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ ଚାଷୀ ଓ ମିଲର୍‌ମାନେ ସମନ୍ୱୟ ରଖି ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁ ଭାବରେ କାର୍ଯ୍ୟାନ୍ବୟ କରିବା ଉପରେ ଜୋର ଦେଇଥିଲେ। ସେ ବିଭାଗୀୟ ଅଧିକାରୀମାନେ ମଣ୍ଡି ଭ୍ରମଣ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦେଇ ଅନ୍ତେ ବୈଠକର ସମାପନ କରିଥିଲେ। ଜିଲ୍ଲାର ଧାନ କ୍ରୟ ପ୍ରକ୍ରିୟାରେ ଯଦି ନିୟମ ଓ ଦୃଢ଼ ନିର୍ଦ୍ଦେଶନାମା ଅନୁସାରିତ ହୁଏ, ତେବେ ଚାଷୀମାନେ ତାଙ୍କ ଶ୍ରମର ଯଥାଯଥ ମୂଲ୍ୟ ପାଇପାରିବେ। ଏଥିପାଇଁ ଦୈନିକ ତଦାରଖ ଓ ସଚେତନତା ଅତ୍ୟନ୍ତ ଆବଶ୍ୟକ।