ବେଲଗୁଣ୍ଠା, ୧୬ / ୪ : ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଅଞ୍ଚଳରେ ଏକ ଅମାନବିକ ଦୁର୍ଘଟଣା ଘଟିଛି, ଯାହା ନିମିତ୍ତରେ ଏକ ଶ୍ରମିକ ଜୀବନ ହରାଇଛି। ଜାଲଖାଇ ବ୍ରିଜ୍ ନିର୍ମାଣ କାମ ସମୟରେ ଘଟିଥିବା ପଥର ବିସ୍ଫୋରଣ ଦୁର୍ଘଟଣାରେ ଏହି ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ପରିଚୟ ମିଳିଛି ଡ଼ି.ଚିନ.ନାରାୟଣ ମୁର୍ତ୍ତି (ଚଲବେରୁ ଗ୍ରାମ, ଆନ୍ଧ୍ରପ୍ରଦେଶର କନସିମା ଜିଲା) । ସେ ତାଙ୍କ ପୁଅ ଡ଼ି.ସତିଶ୍ ସହିତ ପାଞ୍ଚ ଛଅ ମାସ ତଳେ ଏହି ବ୍ରିଜ୍ ନିର୍ମାଣ କାମରେ ଯୋଗ ଦେଇଥିଲେ। ସତିଶ୍ ସବ୍-କଣ୍ଟ୍ରାକ୍ଟର ଭାବେ କାମ କରୁଥିବା ବେଳେ, ନାରାୟଣ ଏକ ସାଧାରଣ ଶ୍ରମିକ ଭାବରେ ନିଯୁକ୍ତ ଥିଲେ। ମଙ୍ଗଳବାର ସକାଳ ୧୧ଟା ବେଳେ ନାରାୟଣ ବ୍ରିଜ୍ କାମ ସମୟରେ ଏକ ପଥରକୁ ବିସ୍ଫୋରକ ସାହାଯ୍ୟରେ ଫାଟାଇବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ଜଣେ ସୁପରଭାଇଜର ଅସାବଧାନତାବଶତଃ ବିଦ୍ୟୁତ ସଂଯୋଗ ଦେଇଦେଲେ, ଫଳରେ ବିସ୍ଫୋରଣ ଘଟିଗଲା। ଏହି ଅପ୍ରତ୍ୟାଶିତ ବିସ୍ଫୋରଣରେ ନାରାୟଣ ଗୁରୁତର ଆହତ ହେଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁ ହେଲା।ଏହି ଦୁର୍ଘଟଣାରେ ଅନ୍ୟଜଣେ ଶ୍ରମିକ ଏନ୍.କ୍ରିଷ୍ଣା ମଧ୍ୟ ଆହତ ହୋଇଛନ୍ତି, ତାଙ୍କୁ ଭଞ୍ଜନଗର ମେଡିକାଲ୍କୁ ଚିକିତ୍ସା ପାଇଁ ପଠାଯାଇଛି।ମୃତକଙ୍କ ପୁଅ ଡ଼ି.ସତିଶ୍ ତାଙ୍କ ଏତାଲା ଦେବା ପରେ ଗାଙ୍ଗପୁର ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ନିଜେ ତଦନ୍ତର ଦାୟିତ୍ୱ ନେଇଛନ୍ତି। ମାମଲା କେସ୍ ନଂ ୨୩୭/୨୫ ଅନୁଯାୟୀ ରୁଜୁ ହୋଇଛି। ତିନି ଘଟଣାସ୍ଥଳରୁ ବିସ୍ଫୋରକ ଗିଲୋଟିନ୍ ଓ ଡିଟୋନେଟର ଜବତ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।ଘଟଣା ସନ୍ଦର୍ଭରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି। ବମ୍ ନିଷ୍କ୍ରିୟକାରୀ ଦଳ ଓ ଫରେନ୍ସିକ୍ ବିଜ୍ଞାନିକ ଟିମ୍ ନିଯୁକ୍ତି ପାଇଁ ଅନୁରୋଧ ହୋଇଛି। ବେଲଗୁଣ୍ଠା ଅଗ୍ନିଶମ ବାହିନୀ ମଧ୍ୟ ସୂଚିତ ହୋଇଛି। ଏହା ସହିତ ଜଣେ କାମକୁ ଦେଖୁଥିବା କର୍ମଚାରୀଙ୍କୁ ଗିରଫ କରି ଆସିକା କୋର୍ଟ ଚାଲାଣ କରାଯାଇଛି।ଏହି ଦୁର୍ଘଟଣା ଦେଖାଇଦିଏ କିପରି ନିର୍ମାଣ କାର୍ଯ୍ୟ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁପସ୍ଥିତି ଏବଂ ଅସାବଧାନତା ଏକ ନିରାପରାଧ ଜୀବନକୁ ଗାଲି ଦେଇପାରେ। ନିର୍ମାଣ କମ୍ପାନୀ ଓ ପ୍ରଶାସନ ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ମଧ୍ୟରେ ଅସନ୍ତୋଷ ବଢ଼ୁଛି!