କଟିଯାଇଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ମିଳିବ ରାସନ କାର୍ଡ

ଭୁବନେଶ୍ୱର, ୨୭ / ୪ :ଓଡ଼ିଶାର ରାଜ୍ୟସରକାର ରାଶନ ବଣ୍ଟନ ବ୍ୟବସ୍ଥାରେ ଆଣିଥିବା ଶୁଧିଅଭିଯାନ ଫଳରେ ପ୍ରାୟ ୬ ଲକ୍ଷ ରାଶନ କାର୍ଡ ବିଲୋପ କରାଯାଇଛି। ଏଥିରେ ଏକ ଲକ୍ଷ ଜୀବିତ ହିତାଧିକାରୀଙ୍କ ସହିତ, ୫ ଲକ୍ଷ ମୃତ ବ୍ୟକ୍ତିଙ୍କ କାର୍ଡ ମଧ୍ୟ ଚିହ୍ନଟ କରି ବାତିଲ୍ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ତଥ୍ୟ ଘୋଷଣା କରି ସ୍ପଷ୍ଟ କରିଛନ୍ତି ଯେ, ଏହି ପଦକ୍ଷେପ ମୁଖ୍ୟତଃ ଯଥାଯଥ ଲୋକଙ୍କୁ ହିତାଧିକାର ସୁନିଶ୍ଚିତ କରିବା ପାଇଁ ନିଆଯାଇଛି।ତଥାପି, ଇ-କଓ୍ବୋଇସି ର ନୂତନ ବ୍ୟବସ୍ଥା ଆସିବା ପରେ ଅନେକ ଯୋଗ୍ୟ ବ୍ୟକ୍ତିଙ୍କ କାର୍ଡ ବିନା ଚେତାବନୀରେ ବାତିଲ୍ ହୋଇଥିବା ଅଭିଯୋଗ ଚାରିଆଡ଼େ ଉଠିଛି। ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଗରିବ ଓ ମଧ୍ୟମ ବର୍ଗର ଅନେକ ପରିବାର ଏହି ଅସହଯୋଗର ଶିକାର ହୋଇଛନ୍ତି।ମନ୍ତ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି – ଯଦି କାହାରି ଯୋଗ୍ୟତା ଥିଲେ ମଧ୍ୟ ତାଙ୍କ ରାସନ କାର୍ଡ ବିଲୋପ ହୋଇଛି, ସେମାନେ ଏକ ପୁନଃ ଆବେଦନ ମାଧ୍ୟମରେ ତାଙ୍କର ହକ୍ ପ୍ରତିଷ୍ଠାପନ କରିପାରିବେ। ସରକାର ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ଖାଲି କାର୍ଡ ଉପଲବ୍ଧ ଅଛି ଯାହା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ।ଏହି ଶୁଧିଅଭିଯାନ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ, କିନ୍ତୁ ସହଯୋଗୀ ବ୍ୟବସ୍ଥା ଏବଂ ଗ୍ରାସ୍ରୁଟ୍ ଅଭିଯୋଗକୁ ଗମ୍ଭୀରତାରେ ନେଇ ପଦକ୍ଷେପ ନ ନିଆଗଲେ ଏହା ଗରିବମାନଙ୍କ ପାଇଁ ଅନ୍ୟାୟ ଓ ନ୍ୟାୟର ମଧ୍ୟରେ ଧୂସର ସୀମାରେ ଦଣ୍ଡାୟମାନ ହେବ।