Hot Posts

6/recent/ticker-posts

ଆପ ଦେଲା ଚମତ୍କାର ଚାଲ — ମେୟର ନିର୍ବାଚନ ଲଢ଼ିବନି ଆପ

ନୂଆଦିଲ୍ଲୀ, ୨୧ / ୪  : ଦିଲ୍ଲୀର ରାଜନୈତିକ ପରିବେଶକୁ ଉଲଟାଇ ଦେଉଥିବା ଏକ ଚମତ୍କାର ଘୋଷଣା କରିଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଏବଂ ପୂର୍ବତନ ମନ୍ତ୍ରୀ ଆତିଶୀ। ସେ ସରଳ ଭାଷାରେ କହିଛନ୍ତି — "ଆମେ ମେୟର ନିର୍ବାଚନ ଲଢ଼ିବୁ ନାହିଁ। ଦିଲ୍ଲୀର ଲୋକଙ୍କ ଆଶା ଓ ସମ୍ମାନ ରକ୍ଷା ପାଇଁ ଆମର ଏହି ନିଷ୍ପତ୍ତି।"ଆତିଶୀ ଭାଜପା ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି — ନିର୍ବାଚନ ହାରିଲେ ବଳପୂର୍ବକ, ଠକେଇ ଓ ଲାଞ୍ଚ ମାଧ୍ୟମରେ ଶକ୍ତି ଦାବି କରିଥାଏ। ସେ କହିଛନ୍ତି, "ଭାଜପା ଦଳ ଭାଙ୍ଗି ଶାସନ କରିବାରେ ବିଶ୍ୱାସ କରେ। ଗତ ଅଢ଼େଇ ବର୍ଷ ଧରି ଆମ କାଉନସିଲରମାନଙ୍କୁ ଚାପ ଦେଇ ଭାଙ୍ଗିଛନ୍ତି।"ଆତିଶୀ ସେପଟେ  କହିଛନ୍ତି — "ଆମେ କୌଣସି ବିଧାୟକ କିମ୍ବା କାଉନସିଲରକୁ କିଣୁ ନାହିଁ, ଭାଙ୍ଗି ନାହିଁ, ଆମେ ଦିଲ୍ଲୀବାସୀଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରୁ।"ମେୟର ନିର୍ବାଚନରେ ନ ଲଢ଼ିବା ଆପର ଏହି ନିଷ୍ପତ୍ତି କେବଳ ରଣନୀତି ନୁହେଁ, ଏହା ଭାଜପା ପାଇଁ ଏକ ମନୋବାଳ ଆଘାତ। ଆତିଶୀ ଭାଜପାକୁ ସାମ୍ନା କରି କହିଛନ୍ତି — "ଆମେ ପଛକୁ ହଟିଲୁ ଏହା ନୁହେଁ, ଆମେ ଦେଖିବାକୁ ଚାହୁଁଛୁ — ଆପଣମାନେ ଦିଲ୍ଲୀ ପାଇଁ କ’ଣ କରିପାରିବେ?"