ଛତିଶଗଡ, ୧୬ / ୪ : ବସ୍ତର ରେଡ୍ କରିଡୋର ଆବୃତ କୋଣ୍ଡାଗାଓ ଜିଲ୍ଲାର କିଲମ ଜଙ୍ଗଲ ଆଉ ଥରେ ଯେଉଁଠି ଗୁଳି ବିନିମୟ ର ପ୍ରତିଧ୍ୱନି ଗୁଞ୍ଜିଲା, ସେଠି ଆଉ ଥାରେ ନିଜ ମୃତ୍ୟୁକୁ ଆଲିଂଗନ କଲେ ମାଓବାଦୀ ଆନ୍ଦୋଳନର ଦୁଇ ଶୀର୍ଷ ମୁଣ୍ଡ।
ସୁରକ୍ଷା ବାହିନୀଙ୍କ ଆକସ୍ମିକ ଅପରେସନରେ ଗୁଳିରେ ନିହତ ହେଲେ ପୂର୍ବ ବସ୍ତର ଡିଭିଜନର DVCM ହଳଧର ଓ ACM ରାମେ। ହଳଧରଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଓ ରାମେଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଥିଲା। ଏହି ଦୁଇ ଜଣେ ଦୀର୍ଘ ଦିନ ଧରି ମାଓ ଚଳାଚଳର ଅନେକ ଘାତକ କାର୍ଯ୍ୟରେ ଶାମିଳ ଥିବା ଅଭିଯୋଗ ଥିଲା।ଏନକାଉଣ୍ଟର ରେ ଅଧିକ ଅସ୍ତ୍ର ଜବତ, ଏକ AK-47 ବନ୍ଧୁକ ସହ ବଡ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ନକ୍ସଲ ଲିଟେରେଚର ଉଦ୍ଧାର ହୋଇଛି।ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ଜଙ୍ଗଲରେ ମାଓବାଦୀ ଏକ ଶକ୍ତିଶାଳୀ ଟିମ ଲୁଚି ରହିଥିବା ଖବର ପାଇ ସିଆରପିଏଫ ଓ ଡିଆରଜି ମିଶ୍ରିତ ଦଳ ଚଳାଇଥିଲେ ଅପରେସନ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ଗୁଳି ବିନିମୟ ପରେ, ମାଓବାଦୀମାନେ ପଳାଇବାକୁ ବାଧ୍ୟ ହୋଇଥିବା ବେଳେ, ଦୁଇ ମୃତଦେହ ସ୍ଥଳରେ ମିଳିଛି।ବର୍ତ୍ତମାନ ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳରେ ତଦନ୍ତ ଓ ସର୍ଚ୍ଚ ଅପରେସନ ଜାରି ରଖିଛି। ମୃତ୍ୟୁ ସଂଖ୍ୟା ବଢିବାର ଅନୁମାନ ମଧ୍ୟ ରହିଛି।ଏହି ଏନକାଉଣ୍ଟର ଏକ ବଡ ମାଓବାଦୀ ଜଞ୍ଚ ଭାଙ୍ଗିଦେଇଛି, ଏବଂ ବସ୍ତର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏବେ ଆଉ ଦୃଢ଼ ଓ ଗତିଶୀଳ ହେବା ଦିଗକୁ ବଢ଼ିଛି।