Hot Posts

6/recent/ticker-posts

"ଗଣତନ୍ତ୍ର ଉପରେ ଅନ୍ଧାର ସାୟା? ବିଜେପିର ବିଜୟ ପଛରେ ଜାଲିଆତି ଅଭିଯୋଗ, ଖଡ୍‌ଗେଙ୍କ କଟାକ୍ଷ"

ଅହମଦାବାଦ, ୧୦/୪ : ଅହମଦାବାଦରେ ଆୟୋଜିତ ଏଆଇସିସି ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଓ ମନ୍ତ୍ରଣାତ୍ମକ ସନ୍ଦେଶ ମିଳିଲା। ଦେଶର ଗଣତନ୍ତ୍ର ଉପରେ ଧୀରେ-ଧୀରେ ଅନ୍ଧାର ଛାଉଁଛି ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଭାରତର ରାଜନୈତିକ ପରିବେଶ ଉପରେ ଚିନ୍ତାପ୍ରକାଶ କଲେ। ତାଙ୍କ କଥାରେ ସ୍ପଷ୍ଟ ଅର୍ଥ ବୁଝାଯାଉଛି — ଦେଶରେ ଏକପକ୍ଷୀୟ ଶକ୍ତି ଗଣତନ୍ତ୍ର ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ୱଂସ କରିବା ଦିଗକୁ ଚାଲିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୯୦ ପ୍ରତିଶତ ଆସନ ଜିତିଥିବାକୁ ନେଇ ଖଡ୍‌ଗେଙ୍କ ଅଭିଯୋଗ ହେଉଛି – ଏହି ବିଜୟ ପଛରେ ବ୍ୟାପକ ଜାଲିଆତି ଥିଲା। ସେ କହିଛନ୍ତି, “ଏଭଳି ବିଜୟ ଭାରତର ଇତିହାସରେ କେବେ ଦେଖାଯାଇନାହିଁ। ଗଣତନ୍ତ୍ର ନୁହେଁ, ଏହା ଏକ ନିୟୋଜିତ କାର୍ଯ୍ୟକ୍ରମର ଫଳ।”

ତାଙ୍କ ଅଭିଯୋଗ କେବଳ ତେବେ ଅଟକିନି। ସେ ସଂସଦରେ ବିରୋଧୀ ଦଳ ନେତାଙ୍କୁ ଅବହେଳା, ଲୋକଙ୍କ ସ୍ବରକୁ ରୁଦ୍ଧ କରିବା ଚେଷ୍ଟା, ଓ ସାମ୍ବିଧାନିକ ପ୍ରତିଷ୍ଠାନମାନଙ୍କୁ ଦୁର୍ବଳ କରିବା ଘଟଣାକୁ ଉଲ୍ଲେଖ କରି ସରକାର ଉପରେ ଗଭୀର ଆକ୍ରୋଷ ପ୍ରକାଶ କରିଛନ୍ତି। ବୋଲିଛନ୍ତି – “ଭୋଟ ବ୍ୟବସ୍ଥା ମଧ୍ୟ ଏକ ଗଭୀର ସନ୍ଦେହରେ ଅଛି। ଯେଉଁଠି ସାରା ବିଶ୍ୱ ବାଲାଟ ପେପର ଦିଗକୁ ଫେରୁଛି, ସେଠି ଭାରତର ନିର୍ବାଚନ ଆୟୋଗ ତାହାକୁ ଅସ୍ବୀକାର କରୁଛି।”

ଖଡଗେଙ୍କ ମତାନୁସାରେ, ମଣିପୁର ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଅଧିରାତିରେ ଆଲୋଚନା କରାଯାଇଥିବା ଘଟଣା ଏହାର ଉଦାହରଣ। ସେ ପ୍ରଶ୍ନ କରିଛନ୍ତି, “ଗଣତନ୍ତ୍ରର ଆଧାର ଥିବା ସଂସଦରେ ଯଦି ଜନମତ ନ ଶୁଣାଯିବ, ତେବେ ଏହି ଲୋକତନ୍ତ୍ର କେଉଁଠି ରହିଛି?” ଏଇ ବକ୍ତବ୍ୟ କେବଳ ଏକ ରାଜନୈତିକ ଆକ୍ରୋଷ ନୁହେଁ, ଏହା ଦେଶର ଗଣତନ୍ତ୍ରିକ ଭବିଷ୍ୟତ ନେଇ ଏକ ଗଭୀର ଚିନ୍ତା ଓ ଚେତାବନୀ।