Hot Posts

6/recent/ticker-posts

ଋଷିକୁଲ୍ୟା ବେଳାଭୂମିରେ ପ୍ରକୃତି ଓ ମାନବତାର ମିଶ୍ରିତ ଦୃଶ୍ୟ: ଓଲିଭ ରିଡଲେ ଶାବକଙ୍କୁ ସୁରକ୍ଷା ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ, ୧୫ / ୪ :  – ରାଜ୍ୟର ବିଶିଷ୍ଟ ବାଇଓଡାଇଭର୍ସିଟି କ୍ଷେତ୍ର ଋଷିକୁଲ୍ୟା ବେଳାଭୂମି ଏବେ ଓଲିଭ ରିଡଲେ କଇଁଛ ଶାବକଙ୍କ ଆଗମନରେ ଜୀବନ୍ତ ହୋଇଯାଇଛି। ବେବି ଟର୍ଟଲ୍‌ମାନେ ଅଣ୍ଡାରୁ ଜନ୍ମ ନେଇ ସମୁଦ୍ର ମୁଖାଁ ହେଉଥିବା ଦୃଶ୍ୟ ମାନବ ଅନୁଭୂତିକୁ ଉତ୍ତେଜିତ କରୁଛି। କିନ୍ତୁ ଏହି ଯାତ୍ରା ସବୁବେଳେ ସହଜ ନୁହେଁ – କେତେକ ଶାବକ ଜାଲରେ ଆଟକିଯାଇଛନ୍ତି, ଅନ୍ୟମାନେ ଓଲଟି ପଡ଼ି ବ୍ୟାକୁଳ ହେଉଛନ୍ତି।

ଏହି ପରିସ୍ଥିତିରେ ସାମ୍ନାକୁ ଆସିଛନ୍ତି ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟା ବେଳାଭୂମିର ସ୍ବେଚ୍ଛାସେବୀ ଟିମ୍‌। ସକାଳ ସକାଳ ପ୍ଲାଷ୍ଟିକ ପାତ୍ର ଓ ବାସ୍କେଟ୍ ନେଇ ସେମାନେ ବେଳାରେ ଉପସ୍ଥିତ ହୋଇ ଶାବକଗୁଡ଼ିକୁ ଉଦ୍ଧାର କରୁଛନ୍ତି ଓ ସୁରକ୍ଷିତ ଭାବେ ସମୁଦ୍ର ଜଳରେ ଛାଡ଼ି ଦେଉଛନ୍ତି।

ଦିଗଦର୍ଶନ ୟୁଥ କ୍ଲବ୍, ତାରିଣିପଲି ଗ୍ରାମ ୟୁଥ ଫର ଭିଲେଜ, ଓ ଭିୟୁଷ ଅନୁଷ୍ଠାନ ସଂଯୁକ୍ତ ଭାବେ ଏହି ପରିକଳ୍ପନାକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଉମାକାନ୍ତ ବେହେରା, ଡ଼ି.ଦେବହରି ରେଡି, ଡ଼ି. ବ୍ରିଶାଙ୍କ ରେଡି, ଡ଼. ସୁଶିଲ ଚ୍ନାୟକ, ରୁପାଲୀ ମହାପାତ୍ର, ସୁରଜ ପଣ୍ଡା, ବାସୁଦେବ ଗୌଡ଼, ମହା ପ୍ରସାଦ ମହାପାତ୍ର ଓ ଅନେକ ସ୍ବେଚ୍ଛାସେବୀ ନିରନ୍ତର ପରିଶ୍ରମ କରୁଛନ୍ତି।

ବାଇଓଲଜିକାଲ ଡାଇଭର୍ସିଟି ଓ ପରିବେଶ ସୁରକ୍ଷା ପାଇଁ ଏହି ସଂଯୁକ୍ତ ପ୍ରୟାସ ରାଜ୍ୟରେ ଏକ ଅନୁପମ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସେହିପରି ଜେ. ଟିଟୁ ଓ ସି.ଏଚ୍. ପଦ୍ମିନୀଙ୍କ ନେତୃତ୍ୱରେ ଓଲିଭ ରିଡଲେ ଶାବକଙ୍କୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କାର୍ଯ୍ୟ ଜୋରଦାର ଭାବେ ଚାଲିଛି।ପ୍ରକୃତି ଓ ମାନବ ସମ୍ବେଦନାର ଏହି ଗାଠଫିଁ ନିଶ୍ଚୟ ଭବିଷ୍ୟତ ପିଢି ପାଇଁ ଏକ ପଥଦର୍ଶୀ ହେବ।