Hot Posts

6/recent/ticker-posts

ଉତ୍ପାଦ ଶୁଳ୍କ ରେ ୨ ଟଙ୍କା ବୃଦ୍ଧି, କିନ୍ତୁ ବଢ଼ିବନି ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ, ୭/୪ : – ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ସୋମବାର ଉତ୍ପାଦ ଶୁଳ୍କରେ ୨ ଟଙ୍କା ବୃଦ୍ଧି କରିଥିବା ସତ୍ତ୍ୱେ ଖୁଚୁରା ଦରରେ କୌଣସି ପରିବର୍ତ୍ତନ ହେବନି। ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ବୃଦ୍ଧି ୮ ଏପ୍ରିଲ ୨୦୨୫ ରୁ କାର୍ଯ୍ୟକାରୀ ହେବ।

ନୂତନ ହାର ଅନୁସାରେ ଏବେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ପ୍ରତି ଲିଟର ହେବ। ଯଦିଓ ସାଧାରଣତଃ ଏହି ପରି ଶୁଳ୍କ ବୃଦ୍ଧି ଗ୍ରାହକଙ୍କ ଉପରେ ଭାରି ସାବ୍ୟସ୍ତ ହେବ , କିନ୍ତୁ ଏଥିରେ ମନ୍ତ୍ରାଳୟ ସ୍ପଷ୍ଟ କରିଛି – ଖୁଚୁରା ମୂଲ୍ୟ ପୂର୍ବବତୀ ଭାବେ ଅପରିବର୍ତ୍ତିତ ରହିବ।ଏହି ନୀତିକୁ ଧାରଣ କରିବା ପଛରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦରର ହ୍ରାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ବିଶ୍ୱ ବଜାରରେ ବ୍ରେଣ୍ଟ ଫ୍ୟୁଚର୍ସ ୩.୭ ପ୍ରତିଶତ ହ୍ରାସ ପାଇ ୬୩.୧୫ ଡଲାର ପ୍ରତି ବ୍ୟାରେଲ ହେବା ସହ, WTI ଅଶୋଧିତ ତୈଳ ୫୯.୫୭ ଡଲାରରେ ଅବତୀର୍ଣ୍ଣ ହୋଇଛି। ଆମେରିକା ଓ ଚୀନର ଆର୍ଥିକ ଟେନ୍ସନ ଏହି ଦର ଗ୍ରାଫ୍ କୁ ନିମ୍ନମୁଖୀ କରିଛି।ଭାରତ 85% ତୈଳ ଆବଶ୍ୟକତା ଆମଦାନୀ ଉପରେ ନିର୍ଭର କରୁଥିବାରୁ, ବିଦେଶୀ ବଜାରର ଉତ୍ତାରଚଢା ଏଠାରେ ନୀତି ନିର୍ଣ୍ଣୟରେ ମୁଖ୍ୟ ଭୂମିକା ନେଉଛି।

ତୈଳ ମନ୍ତ୍ରଣାଳୟ X (ପୂର୍ବତନ Twitter) ରେ ଏକ ପୋଷ୍ଟରେ କହିଛି, “PSU ତୈଳ ବିପଣନ କମ୍ପାନୀମାନେ ଜଣାଇଛନ୍ତି ଯେ ଉତ୍ପାଦ ଶୁଳ୍କ ବୃଦ୍ଧି ପରେ ମଧ୍ୟ ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ।”