Hot Posts

6/recent/ticker-posts

ଶିକ୍ଷକ ସାଜିଲେ ରାକ୍ଷସ, ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର

ଲାଞ୍ଜିଗଡ଼, ୨୦ / ୪ :  – ଶିକ୍ଷା ଦେବା ଦାୟିତ୍ୱ ଥିବା ଜଣେ ଶିକ୍ଷକ ତାଙ୍କ ଶିକ୍ଷକତା କୁ ଲଜ୍ଜାରେ ମୁଣ୍ଡ ନୂଆଁଇଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଥିବା ଜଣେ ନବମ ଶ୍ରେଣୀର ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ତଳେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି।ଅଭିଯୁକ୍ତ ଶିକ୍ଷକଙ୍କ ନାମ ଶେଷଦେବ ପାତ୍ର। ରାୟଗଡ଼ା ଜିଲ୍ଲାର ଅମ୍ବାଦଳା ଥାନାଞ୍ଚଳର ଏକ ଗ୍ରାମରୁ ଆସିଥିବା ଏହି ଛାତ୍ରୀ କଳାହାଣ୍ଡିର ଏକ ହାଇସ୍କୁଲରେ ପଢୁଥିଲେ। ଶେଷଦେବ ଏହି ଛାତ୍ରୀଙ୍କୁ ମନ ଭୁଳାଇ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ଉଠିଛି।ଏହାକୁ ଲୁଚେଇବାକୁ ଶିକ୍ଷକଙ୍କ ପରିବାର ଚେଷ୍ଟା କଲେ ମଧ୍ୟ ପୀଡିତା ନିଜେ ଭୁବନେଶ୍ୱର ଯାଇ ଓଡ଼ିଶା ରାଜ୍ୟ ମହିଳା କମିଶନ୍‌ଙ୍କ ଶରଣାପଣ ନେଇଥିଲେ। ସେଠାରେ ଜିରୋ ଏଫ୍‌ଆଇଆର ରୁଜୁ ହେବା ପରେ ମାମଲାଟି ଅମ୍ବାଦଳା ପୋଲିସଙ୍କ ହସ୍ତକ୍ଷେପରେ ଏବେ ଚରମ ପରିଣତିକୁ ପହଁଚିଛି।

ପୋଲିସ ଅଧିକାରୀ କଳ୍ପନା ବେହେରା ସୂଚନା ଦେଇଛନ୍ତି ଯେ, ମାମଲା ନଂ ୯୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ ଗତ ଶନିବାର ଗିରଫ କରାଯାଇଛି ଏବଂ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାର ତଦନ୍ତ ଅବଧିରେ ମେଡିକାଲ ଜାଞ୍ଚ ପରେ ପୀଡିତାଙ୍କୁ ଚିଲ୍ଡ୍ରେନ୍‌ ୱେଲଫେୟାର କମିଟି (CWC) ନିକଟକୁ ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ଜିଲ୍ଲା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୀଡିତାଙ୍କ ପରିବାରଙ୍କ ବୟାନ ମଧ୍ୟ ଦାଖଲ କରାଯାଇଛି।

ଏହି ଘଟଣା ମଧ୍ୟମେ ଏକ ପ୍ରଶ୍ନ ଉଠିଛି – ଶିକ୍ଷା ଦେବା ନାଁରେ ବିଶ୍ୱାସ ଭଙ୍ଗ କରିବାର ଅଧିକାର କାହାର? ଏବଂ ଏପରି ଅଭିଯୋଗରେ ଜଣେ ଶିକ୍ଷକ ଜଣେ ଦୁଷ୍କର୍ମୀ ଭାବେ ଚିହ୍ନଟ ହେବା କେତେ ଲଜ୍ଜାଜନକ ଅଟି?ଏହି ମାମଲା ଅନ୍ୟ ସମସ୍ତ ଶିକ୍ଷକଙ୍କ ପାଇଁ ଏକ ସତର୍କ ବାଣୀ ଅଟି – ବୃତ୍ତି ଏବଂ ନୀତି ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ।