Hot Posts

6/recent/ticker-posts

ନାବାଳିକା କଲେଜ ଛାତ୍ରୀ ଙ୍କ ଘରଭିତରୁ ଅପହରଣ

ଦିଗପହଣ୍ଡି, ୧୦/୪ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଏକ ଗ୍ରାମରେ ଏକ ନାବାଳିକା କଲେଜ ଛାତ୍ରୀ ଗୌରବ ଭରସାର ଭବିଷ୍ୟତ ଅନ୍ଧକାରରେ ଲିନ୍ ହୋଇଯିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀ ଜଣେ ସରକାରୀ କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଅଧ୍ୟୟନରତ ଥିଲେ। ଦିନେ ପାଠ ପଢିବା ପାଇଁ ଘରୁ କଲେଜକୁ ଯାଉଥିବା ଏହି ଝିଅ ଗତ ସୋମବାର ହଠାତ୍ ଘରୁ ଅନୁପସ୍ଥିତ ହୋଇଯାନ୍ତି। ସେଦିନ ଛାତ୍ରୀଙ୍କ ମା’ ବାପା ଦିନ ମଜୁରିଆ କାମ ପାଇଁ ବ୍ରହ୍ମପୁର ଯାଇଥିଲେ, ଓ ଝିଅ ଏକୁଟିଆ ଘରେ ରହିଥିଲେ। ସନ୍ଧ୍ୟାବେଳେ ଘରକୁ ଫେରି ତାଙ୍କ ଝିଅ ନ ମିଳିବା ସହ ସେମାନେ ତତ୍କାଳ ତାଙ୍କୁ ଖୋଜିବାକୁ ନିକଟସ୍ଥ ଅଞ୍ଚଳଗୁଡିକୁ ଯାଇଥିଲେ। କିନ୍ତୁ  ଖୋଜାଖୋଜି ଚାଲିଥିବା ସତ୍ତ୍ୱେ ଝିଅଙ୍କ ସନ୍ଧାନ ମିଳିଲା ନାହିଁ। ନିରୁପାୟ ହୋଇ ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇ, ଝିଅକୁ ଦୁର୍ବୃତ୍ତମାନେ ଅପହରଣ କରିଥିବା ଅଭିଯୋଗ କରିଛନ୍ତି। ଏହି ଆଧାରରେ ପୋଲିସ ମାମଲା ନଂ. ୧୩୩/୨୫ ଅନୁଯାୟୀ ଅପହରଣ ମାମଲା ରୁଜୁ କରିଛି। ଏହି ମାମଲାର ଗୁରୁତ୍ୱ  ଯେ, ଝିଅଙ୍କ ଘର ଆଲମିରାରୁ ବ୍ୟାଙ୍କ ଖାତା ପ୍ରମାଣପତ୍ର, ୧୫ ହଜାର ଟଙ୍କା ଓ ସମସ୍ତ ସାର୍ଟିଫିକେଟ ମଧ୍ୟ ଅନୁପସ୍ଥିତ ରହିଛି, ଯାହା ଅପହରଣ ପୂର୍ବନିଯୋଜିତ ଥିବା ସନ୍ଦେହକୁ ଗଭୀର କରୁଛି।

ଘଟଣାର ତଦନ୍ତ କାର୍ଯ୍ୟରେ ନିଯୁକ୍ତ ଏସ୍‌ଆଇ ସୋଫିଆ ମିଶ୍ର ଅନେକ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଛାତ୍ରୀଙ୍କ ଖୋଜ ମିଳିନାହିଁ , ନା ହିଁ ଅପହର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ସୂତ୍ର। ପୋଲିସ ଦ୍ୱାରା ଅନ୍ୟ ଏକ ମୂଖ୍ୟ ସନ୍ଦେହ ହେଉଛି ଯେ, ଏହା କୌଣସି ଲଭ ଅଫଫେୟାର ରେ ପୃଷ୍ଠଭୂମି ରଖି ଅପହରଣ କିମ୍ବା ପ୍ରେମ ମୁହଁରେ ପଳାୟନ ଘଟଣା ହୋଇପାରେ। ଏବେ ମଧ୍ୟ ଝିଅଙ୍କ ଖୋଜ ଓ ଘଟଣାର ସତ୍ୟ ଉଜାଗର ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି। ପରିବାର ଲୋକ ଭୟ ଓ ଅନିଶ୍ଚିତତାରେ ଅତିବାହିତ କରୁଛନ୍ତି ଦିନ।