Hot Posts

6/recent/ticker-posts

ଡୁଗ୍ରୁ ଢାବା ରେ ଧୃଷ୍ଟ ଡକାୟତି, ଗୁଳି ବିନିମୟରେ ଦୁଇ ଅଭିଯୁକ୍ତ ଆହତ

ସୁନ୍ଦରଗଡ଼ , ୨୫/୪ — ବିସ୍ରା ଥାନା ଅନ୍ତର୍ଗତ ସାରୁବାହଲ ଅଞ୍ଚଳରେ ଅବସ୍ଥିତ ଡୁଗ୍ରୁ ଢାବା ରେ ଗୁରୁତର ଅପରାଧିକ କାର୍ଯ୍ୟକଳାପ ଘଟିଥିବା ଘଟଣା ଉଜାଗର ହୋଇଛି। ବୁଧବାର ରାତିରେ ୭-୮ ଜଣ ଅସମାଜିକ ଲୋକ ହାତରେ ବନ୍ଧୁକ ଓ ଛୁରି ନେଇ ଢାବା ଉପରେ ହମଲା କରି ବିନା ଭୟରେ ଜଣଙ୍କ ଠାରୁ ୨୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ହୋଇଯାଇଥିଲେ।

ଅଭିଯୋଗ ଅନୁଯାୟୀ, ଢାବା ମାଲିକଙ୍କ ଗୋଡକୁ ଗୁଳି ଲାଗିଥିବା ଜଣାପଡିଛି। ଏନେଇ ବିସ୍ରା ଥାନାରେ (ମାମଲା ନମ୍ବର ୧୬୦/୨୫) ଡକାୟତି ଓ ଆତତାୟୀ ଆକ୍ରମଣ ଅଭିଯୋଗରେ ମାମଲା ରୁଜୁ ହୋଇଛି। ତଦନ୍ତ ଦାୟିତ୍ୱ ନିଅଛନ୍ତି ପୋଲିସ ଅଧିକାରୀ ଏମ. କୁମ୍ଭାର।ଘଟଣା ପରେ ତଦନ୍ତ ଅଭିଯାନ ଜୋରଦାର କରିଥିବା ପୋଲିସ ଏକ ବାଇକରେ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ କରିବାକୁ ସମର୍ଥ ହୋଇଥିଲା। ତେବେ ଏଥିରେ ହୋଇଥିଲା ଗୁଳି ବିନିମୟ — ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ, ଯାହାରେ ଦୁଇ ଅଭିଯୁକ୍ତ ଆହତ ହୋଇଥିଲେ।ଆହତ ଅଭିଯୁକ୍ତ ମାନେ ବାଣେଶ୍ୱର ସିଂହ (୨୦) ଓ ଶିବନାଥ ସିଂହ (୨୬) ବୋଲି ଚିହ୍ନଟ ହୋଇଛନ୍ତି, ଯେଉଁମାନେ ବିସ୍ରା ଥାନା ଅନ୍ତର୍ଗତ ଉଦୁଶୁ ଜାଟୋଟୋଲା ଗ୍ରାମର ଅବାସିନ୍ଦା। ତାଙ୍କୁ ଚିକିତ୍ସା ପାଇଁ ଆରଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଗାଡି ସହିତ ଫେରିଯିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି। ବାକି ଅଭିଯୁକ୍ତମାନଙ୍କ ଖୋଜଖବର ଓ ଅପରାଧୀ ଜାଲକୁ ଭାଙ୍ଗିବା ପାଇଁ ପୋଲିସ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି।ଅନ୍ତିମ ରେ ଏହି ଘଟଣା ଏହା ଦେଖାଇଦେଉଛି ଯେ, ଅପରାଧୀମାନେ ମଧ୍ୟ ଆଜି ଗ୍ରାମୀଣ ଅଞ୍ଚଳର ଠାରେ ବି ତାଙ୍କର ଆତଙ୍କ ବିସ୍ତାର କରୁଛନ୍ତି। ଏପରି ଅସାଧାରଣ କାର୍ଯ୍ୟକଳାପକୁ ଦମନ କରିବାକୁ ପୋଲିସ ଓ ପ୍ରଶାସନଙ୍କ ଆକ୍ଷୁଣ୍ଣ ସତର୍କତା ଆବଶ୍ୟକ।