Hot Posts

6/recent/ticker-posts

ଜୁନାଗଡ଼ ଗଣବଳାତ୍କାର ଘଟଣା: ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଗିରଫ ,

ଭବାନୀପାଟଣା, ୯/୪ :  – କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରେ ଗତ ୨୬ ମାର୍ଚ୍ଚ ରାତିରେ ଘଟିଥିବା ଗଣବଳାତ୍କାର ମାମଲାରେ ଚାରି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଘଟଣା ଗଭୀର ସନ୍ତାପ ସହିତ ଗ୍ରାମାଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ତୁଳସି ରାମ ବିଶ୍ୱାଳ (୫୫)କୁ ଏପ୍ରିଲ ୧ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାପରେ ଘଟଣାର ଗଭୀର ତଦନ୍ତ ଆରମ୍ଭ କରି ମଙ୍ଗଳବାର ଅନ୍ୟ ୩ ଜଣ — ମନୋଜ ପୂଜାରୀ (୧୯), ଡିଙ୍ଗର ପ୍ରଧାନୀ (୨୧), ଓ ଜଣେ ନାବାଳକଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି। ନାବାଳକଙ୍କୁ ଜୁଭେନାଇଲ ବୋର୍ଡ୍‌ରେ ପେଶ କରାଯାଇଛି।

ଘଟଣା ବେଳେ ଯୁବତୀ ଗ୍ରାମରେ ନାଟକ ଦେଖିବାକୁ ଯାଉଥିବାବେଳେ, ଚାରିଯଣ ମିଳି ତାଙ୍କୁ ନିଛାଟିଆ ସ୍ଥାନକୁ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ଥିଲା। ତାଙ୍କୁ ମୁମୁର୍ଷୂ ଅବସ୍ଥାରେ ଏକ ନଳକୂପ ନିକଟରୁ ଉଦ୍ଧାର କରାଯାଇଥିଲା। ଏପ୍ରିଲ ୧ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତର ମତାନୁସାରେ ଏହା ଗଣ ବଳାତ୍କାର ଘଟଣା ବୋଲି ସ୍ପଷ୍ଟ କରାଯାଇଥିଲା।

ଘଟଣା ପ୍ରକାଶ ପାଇବା ପରେ କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୋଣ୍ଡା ନିଜେ ଜୁନାଗଡ଼ ଥାନାରେ ଗିଁଚି ତଦନ୍ତ ତୀବ୍ର କରିଥିଲେ। ଏହାପରେ ପୋଲିସ ତ୍ୱରିତ କାର୍ଯ୍ୟକାରୀ ଭୂମିକା ନେଇ ଅଭିଯୁକ୍ତମାନଙ୍କୁ ଧରିଛି ବୋଲି ଅଭିଯୋଗ ଥିବା ସତ୍ତ୍ୱେ, ଦେରିରେ ପଦକ୍ଷେପ ନେବାରେ ସ୍ଥାନୀୟ ବାସିନ୍ଦା ଓ ସାମାଜିକ ସଂଗଠନମାନେ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏହି ଘଟଣା ୫ ବର୍ଷ ତଳେ ଜୁନାଗଡ଼ ବନମାଳୀପୁର ଘଟଣା ସ‌ହ ସମ୍ପୃକ୍ତ କରାଯାଉଛି, ଯେଉଁଠାରେ ଏକ ଗଣବଳାତ୍କାର ଘଟଣା ରାଜ୍ୟବ୍ୟାପୀ ଖବର ହୋଇଥିଲା। ଏହି ପରି ଦ୍ୱିତୀୟ ଘଟଣା ପୁଣି ସ୍ଥାନୀୟ ପ୍ରଶାସନ ଓ ବ୍ୟବସ୍ଥାପନ ପ୍ରଣାଳୀ ଉପରେ ଗମ୍ଭୀର ଚିନ୍ତା ଓ ଆଲୋଚନା ସୃଷ୍ଟି କରିଛି।