ଲୋକଙ୍କୁ ପାଣି ପାଇଁ ଆଉ କଷ୍ଟ ସହିବାକୁ ପଡିବ ନାହିଁ! ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ। ଚଳିତ ବର୍ଷ ରେକର୍ଡ ସ୍ଥାପନ ହୋଇଛି – ୨୪,୦୦୦ ନୂଆ ନଳକୂପ ମଧ୍ୟରୁ ୯,୦୦୦ ଠାରୁ ଅଧିକ ସ୍ଥାପନ ହୋଇଯାଇଛି, ଓ ବାକି ବ୍ୟବସ୍ଥା ୧୫ ଦିନ ଭିତରେ ହେଇଯିବ। ଏହା ପାଇଁ ସାଢେ ୫ ଶହ କୋଟି ଟଙ୍କା ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇଛି।ସେହିପରି ୨୭୨ ଟି ମେଗା ପ୍ରକଳ୍ପ ଚାଲିଛି ଓ ଯେଉଁଠାରେ ପାଣି ଅଭାବ, ସେଠାକୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଯିବ। ମନ୍ତ୍ରୀ ନାଏକ କହିଛନ୍ତି, ସୋସିଆଲ ମିଡ଼ିଆ ଓ ଖବର ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉଛି।ଓଡ଼ିଶାରେ ଏବେ ରହିବ ପାଣିର ଆଶ୍ୱାସ!