ମାଲକାନଗିରି, ୨୧ / ୪ : – ଏକ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ର ସୂତ୍ରଧାର ହୋଇଛି ମାଲକାନଗିରି ଜିଲ୍ଲାର ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲ। ଗତ ଏପ୍ରିଲ ୧୨ରେ ଗଳିତ ଅବସ୍ଥାରେ ମିଳିଥିବା ଏକ ଯୁବତୀଙ୍କ ମୃତଦେହ ଘଟଣାର ରହସ୍ୟ ପରଦାଫାଶ ହୋଇଛି। ମାମଲାରେ ଗତ ରବିବାର ଦୁଷ୍ଟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ମୃତ ଯୁବତୀ ଛତିଶଗଡ଼ ଅଞ୍ଚଳର ଵାସିନ୍ଦା, ଓ ତାଙ୍କ ସହ ଗତ ଏକ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ ସୁକ୍ମା ଜିଲ୍ଲା ପାଣ୍ଡୁମ ଗ୍ରାମର ଉମେଶ ନାଗ। ଏହି ସମ୍ପର୍କ ସାଧାରଣ ଭାବେ ଆରମ୍ଭ ହୋଇ ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ଗଲା, ଯାହାର ପରିଣତି ହେଲା ଯୁବତୀଙ୍କ ଗର୍ଭଧାରଣ।୨୦ ମାର୍ଚ୍ଚ ୨୫ ତାରିଖରେ ଉଭୟ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଯୁବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଗର୍ଭବତୀ ହେବା ଜଣାପଡିବା ପରେ ଉମେଶ ତିବ୍ର ଚିନ୍ତାରେ ଏବଂ ଦାୟିତ୍ୱ ଭୟରେ ଗର୍ଭପାତ ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ଡାକ୍ତର ତାହା ଅସ୍ୱୀକାର କରିଦେଇଥିଲେ। ଉପାୟ ନ ପାଇ, ଶେଷରେ ଉମେଶ ଏକ ନିର୍ମମ ପଥ ଚୟନ କଲେ – ଯୁବତୀଙ୍କୁ ରେଙ୍ଗାବନ୍ଧ ଜଙ୍ଗଲକୁ ନେଇ ହତ୍ୟା କରି ଛାଡ଼ି ଦେଇଥିଲେ। ଗଳିତ ଅବସ୍ଥାରେ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଛତିଶଗଡ ସୁକ୍ମା ପୋଲିସ ସହଯୋଗରେ ଯୁବତୀଙ୍କ ପରିଚୟ ଚିହ୍ନଟ କରିଥିଲା।ମାଲକାନଗିରି ଏସ୍ପି ବିନୋଦ ପାଟିଲ ଏକ ଖବରଦାତା ସମ୍ମିଳନୀରେ ଏହି ଘଟଣା ର ତଥ୍ୟ ସାମ୍ନାକୁ ଆଣିଥିଲେ। ଉମେଶଙ୍କୁ ଗିରଫ କରି ନଂ ୨୧/୨୫ ମାମଲାରେ କୋର୍ଟ ଚାଲାଣ କରାଯାଇଛି।ଏହି ଘଟଣା ପ୍ରେମ, ଭରସା, ଏବଂ ଦାୟିତ୍ୱ ଅଭାବର ଏକ ଦାରୁଣ ଉଦାହରଣ ଭାବେ ଦିଗଦର୍ଶନ କରୁଛି – ଯେଉଁଠି ଏକ ଅଜଣା ଭବିଷ୍ୟତ ଭୟରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ମୃତ୍ୟୁକୁ ଠେଲିଦେଇଛି