ଭୁବନେଶ୍ୱର: ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମହିଳା ଓ ଶିଶୁ କଲ୍ୟାଣ ସେବାକୁ ଆଧୁନିକ କରିବା ଉଦ୍ଦେଶ୍ୟରେ, ଅଙ୍ଗନବାଡ଼ି କର୍ମୀ ଓ ସୁପର୍ଭାଇଜର୍ ପଦବୀ ପାଇଁ ନୂତନ ନିୟମ ଆଣାଯାଇଛି। ଏବେ ହେଉଛି, ଏହି ପଦବୀ ପାଇଁ ଆବେଦନ କରିବାକୁ ହାଇସ୍କୁଲ୍ ନୁହେଁ, ସ୍ନାତକ ହେବା ଆବଶ୍ୟକ! ପୂର୍ବ ନିଯୁକ୍ତ କର୍ମଚାରୀମାନେ ଏହି ନିୟମରୁ ମୁକ୍ତ। ସ୍ନାତକ ଯୁବତୀଙ୍କ ପାଇଁ ଏହି ହେଉଛି ଏକ ସୁନ୍ଦର ସୁଯୋଗ!