Hot Posts

6/recent/ticker-posts

ରାଉରକେଲାରେ ଗୋଟିଏ ରାତିରେ ଦୁଇ ନିର୍ମମ ଦୁଇ ହତ୍ୟା

ରାଉରକେଲା, ୧୦/୪ :  ଗୋଟିଏ ରାତିରେ ଦୁଇ ହତ୍ୟା, ରାଉରକେଲା ସହର ଗତକାଲି ବିଳମ୍ବିତ ରାତିରେ ଦୁଇ ଭିନ୍ନ ଅଞ୍ଚଳରେ ଘଟିଥିବା ଦୁଇ ନିର୍ମମ ହତ୍ୟାକାଣ୍ଡ ଦ୍ୱାରା ଆତଙ୍କ ଓ ଚାଞ୍ଚଲ୍ୟ ଖେଲିଯାଇଛି। ସ୍ଥାନୀୟ ଲୋକମାନେ ଅସ୍ଥିରତା ଭାବ କରୁଛନ୍ତି ଓ ନିରାପତ୍ତା ପ୍ରତି ପ୍ରଶ୍ନ ଉଠିଛି।ଛେଣ୍ଡ କୋଅପରେଟିଭ କଲୋନିରେ ମୁକେଶ କର ନାମକ ଜଣେ ବ୍ୟକ୍ତିଙ୍କୁ ଅଜଣା ଅପରାଧୀମାନେ ଗୋଡେଇ ଗୋଡେଇ ଆକ୍ରମଣ କରି ହତ୍ୟା କରିଦେଇଛନ୍ତି। ଏହି ଆକ୍ରମଣରେ ତାଙ୍କ ସହିତ ଥିବା ଅନ୍ୟ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ତାହା ସହିତ, ଗାନ୍ଧୀରୋଡ ଅଞ୍ଚଳରେ ଜଣେ ଜରି ଗୋଟାଳିକୁ ନିର୍ମମ ଭାବରେ ବେକ୍ କାଟି ହତ୍ୟା କରାଯାଇଛି। ଅପରାଧୀମାନେ ଏପରି ଭୟାବହ ଉପାୟ ଆପଣାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଏହି ଦୁଇ ହତ୍ୟାକାଣ୍ଡ ଏକେ ରାତିରେ ଘଟିଥିବାରୁ ପ୍ରଶାସନ ଓ ପୁଲିସ ବିଭାଗ ଚିନ୍ତାଗ୍ରସ୍ତ ହୋଇଯାଇଛି। ଦୁଇଟି ମାମଲାକୁ ଗୁରୁତ୍ୱଦେଇ ତଦନ୍ତ ଆରମ୍ଭ କରାଯାଇଛି। ତଦନ୍ତ କାର୍ଯ୍ୟ ଶୀଘ୍ର ଗତି ନେଇଛି ବୋଲି ପୁଲିସ ଦାବି କରିଛି, ଏବଂ ଦୃଷ୍ଟିଗତ ଅପରାଧୀମାନଙ୍କ ଶୀଘ୍ର ଗିରଫ ହେବ ବୋଲି ଆଶ୍ୱାସନ ମିଳିଛି।