ଗଞ୍ଜାମ ପୁଲିସ ଅନ୍ତର୍ଗତ ଏକ ଶ୍ରେଷ୍ଠ ଅଭିଯାନ! ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ୧୫ ଅପ୍ରେଲରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁ ଉଦ୍ଧାର ଅଭିଯାନରେ ବଡ ସଫଳତା! ରାଜ୍ୟ ଓ ବାହାରରୁ ୩୪ ଜଣ ପିଲା—୩୦ ଜଣ ନାବାଳିକା ଓ ୪ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ପରିବାର ପାଖରେ ପହଞ୍ଚାଯାଇଛି। ଏହି ଅଭିଯାନ ଗଞ୍ଜାମ ପୁଲିସଙ୍କ ନିଷ୍ଠା ଓ ସମର୍ପଣର ଏକ ଜ୍ୱଳନ୍ତ ଉଦାହରଣ। ଆଗାମୀ ଦିନରେ ମଧ୍ୟ ଅଭିଯାନ ଜାରି ରହିବ!