Hot Posts

6/recent/ticker-posts

ନକଲି ସୁନା ବନ୍ଧକ ରଖି ମହିଳା ଗିରଫ, ୫ ଗ୍ରାମବାସି ଠକେଇ ର ସିକାର

ଭଞ୍ଜନଗର, ୧୬/ ୪ :  – ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଏକ ଚତୁର ନାଟକ ରଚନା କରି, ନକଲି ସୁନା ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଠକି ନେବା ଘଟଣା ଆଲୋକରେ ଆସିଛି। ଏହି ଠକେଇ ଚକ୍ରରେ ଜଣେ ମହିଳା ତମାଳ ନାୟକଙ୍କୁ ଭଞ୍ଜନଗର ପୋଲିସ ଗିରଫ କରି ଆସିକା କୋର୍ଟ ମାଧ୍ୟମରେ ଜେଲ ହାଜତକୁ ପଠାଇଛି।

ସୂତ୍ର ଅନୁସାରେ, ତମାଳ ନାୟକ କିଛିମାସ ପୂର୍ବେ ଢୁଢ଼ୁଆ ଗ୍ରାମକୁ ଆସି ଆଶା କର୍ମୀ କାଳିଆଙ୍କୁ ଜଣାଇଥିଲେ ଯେ ତାଙ୍କ ଝିଅପୁଅ ଦୁଃଖରେ ଅସୁସ୍ଥ ଅଛନ୍ତି, ଓ ସେଥିପାଇଁ ସାହାଯ୍ୟ ଚାହିଁ ସୁନା ମାଳ ବନ୍ଧକ ରଖି ଟଙ୍କା ଚାହିଁଛନ୍ତି। ଦୟାବଶତଃ କାଳିଆ ମାଳ ନେଇ ତାଙ୍କୁ ୧୫ ହଜାର ଟଙ୍କା ଦେଇଥିଲେ। ପରେ ସେ ଗ୍ରାମର ଅନ୍ୟ ୪ ମହିଳାଙ୍କୁ ମଧ୍ୟ ଏଭଳି ନକଲି ସୁନା ମାଳ ବନ୍ଧକ ରଖି ଟଙ୍କା ନେଇ ଗାଏବ ହୋଇଯାଇଥିଲେ।

ଯେତେବେଳେ କାଳିଆ ଦେଖିଲେ ଯେ ମାଳଟି ନକଲି, ସେ ଭଞ୍ଜନଗର ଥାନାରେ ୧୨ ତାରିଖରେ ଅଭିଯୋଗ କରିଥିଲେ। ତଦନ୍ତ ଆରମ୍ଭ କରିଥିବା ପୋଲିସ ତମାଳଙ୍କୁ ଗିରଫ କରିଥିଲା, ଓ ବିଭିନ୍ନ ସ୍ଥାନରୁ ଠକା ଯାଇଥିବା ମାଳ ଜବତ କରିଛି।

ପୋଲିସ ଏହାକୁ ବୃହତ୍ ଠକେଇ ଚକ୍ର ବୋଲି ଆଶଙ୍କା କରୁଛି। ଏଥିରେ ଆଉ କିଏ ଜଡିତ ଅଛି, ତାହା ନେଇ ତଦନ୍ତ ଜାରି ରହିଛି।  ଏଭଳି ଠକେଇ ଚକ୍ରରେ ଗାଁ ଗାଁର ସାଧାରଣ ମହିଳାମାନେ କେତେ ଆସୁରକ୍ଷିତ? ପୋଲିସର ମୁଖ୍ୟ ଚ୍ୟାଲେଞ୍ଜ ଏହି ଧରଣର ଶଢ଼ଯନ୍ତ୍ରକୁ ଖୋଲିବା ଓ ସମୂଳ ନିବାରଣ କରିବା ଅଟୁଟ ଦୃଢ଼ତା।