ଭୁବନେଶ୍ବର, ୧୫ / ୪ : – ଓଡ଼ିଶା ରାଜନୈତିକ ଓ ପରିବାହନ ଖେତ୍ରରେ ଆସନ୍ତା ୧୭ ତାରିଖ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି। ଏହି ଦିନ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ୍ ଗଡ଼କରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ବିଷୟରେ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ, ଗଡ଼କରୀ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ବିଶିଷ୍ଟ ରାଜନୀତିଜ୍ଞ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ଏହି ଯାତ୍ରା ଅବସରରେ ମନ୍ତ୍ରୀ ଗଡ଼କରୀ ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର ଓ ରାୟଗଡା ଅଞ୍ଚଳରେ ଏନଏଚଏଆଇ ପକ୍ଷରୁ ଚାଲୁଥିବା ରାଜମାର୍ଗ ପ୍ରକଳ୍ପଗୁଡିକର ସମୀକ୍ଷା କରିବେ
ତେବେ ଗଡ଼କରୀଙ୍କ ଗସ୍ତକୁ ଘୋଷଣା ମୂଳକ ଅନେକ କାର୍ଯ୍ୟକ୍ରମ ସହିତ ଯୋଜାଯାଇଛି। ଭୁବନେଶ୍ବରରେ ଆୟୋଜିତ ଏକ ବୃହତ ସାଧାରଣ ସଭାରେ ସେ ୫ ହଜାର କୋଟି ଟଙ୍କାର ୧୬ଟି ନୂଆ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରାସ୍ତା, ବ୍ରିଜ୍, ଟନେଲ୍, ଓ ଅନ୍ୟାନ୍ୟ ରାଜମାର୍ଗ ସଢ଼ିକରଣ ପ୍ରକଳ୍ପ ସାମିଲ ଥିବା ବିଶ୍ୱାସ ରହିଛି।ରାଜ୍ୟର ରାଜନୈତିକ ପଟଭୂମି ଓ ଆସନ୍ତା ନିର୍ବାଚନ ମନେ ରଖି ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି। ଗଡ଼କରୀଙ୍କ ଘୋଷଣା ରାଜ୍ୟର ରାଜନୈତିକ ପରିବେଶକୁ କିପରି ପ୍ରଭାବିତ କରିବ – ସମୟ ଇଂଗିତ ଦେବ।