Hot Posts

6/recent/ticker-posts

ଚିନାବାଦାମ ଧୋଇବା ବେଳେ ଜୀବନ ହାରାଇଲେ ଜଣେ ଦିନମଜୁରିଆ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ବେଗୁନିଆପଡା, ୭/୪ : – ଦୈନିକ ଜୀବନ ଜୀବିକା ପାଇଁ ଘେଷ ଖାଉଥିବା ଜଣେ ସାଧାରଣ ଦିନମଜୁରିଆ ପାଣିରେ ବୁଡ଼ି ଜୀବନ ହରାଇଥିବା ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା କୋଦଳାରେ ଘଟିଛି। ମୃତକଙ୍କ ପରିଚୟ ମିଳିଛି ବାଇଗଣୀଆ ସାହି ନିବାସୀ ୪୦ ବର୍ଷୀୟ କଂଗ୍ରେସ ଜେନା ବୋଲି।ଦୈନିକ ଭଳି ଏହି ଦିନ ମଧ୍ୟ ଚିନାବାଦାମ ଖୁଚୁରା ବିକ୍ରି କରି ଜୀବନ ଚଲାଇଥିବା କଂଗ୍ରେସ ଜେନା ବୁଗୁଡ଼ାରୁ ୨ ବସ୍ତା ଚିନାବାଦାମ ଆଣି ଗୁଡିଖାତ ପୋଖରୀରେ ଧୋଇବାକୁ ଯାଇଥିଲେ। ଏହି ସମୟରେ ଅସତର୍କ ଭାବେ ଗୋଡ଼ ଖସି ଗଭୀର ପାଣିକୁ ପଡ଼ିଯିବାରେ ସେ ବୁଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ଘଟଣା ସ୍ଥଳକୁ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଦଳ ତାଙ୍କୁ ପୋଖରୀ ମଧ୍ୟରୁ ବାହାର କରି ମେଡିକାଲକୁ ନେଇଥିଲେ, ଯେଉଁଠି ଚିକିତ୍ସକ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କଂଗ୍ରେସ ଜେନାଙ୍କ ଜୀବନ ଜାତ୍ରା ଏକ ସଂଘର୍ଷର ଦାସ୍ତାନ ଥିଲା। ଗୋଟିଏ ୪ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ଅଛନ୍ତି, ଯେଉଁମାନେ ବାପାଙ୍କୁ ହରାଇ ଅତ୍ୟନ୍ତ ଦୁଃଖରେ ବିଲିନ। ସ୍ତ୍ରୀ ଓ ପରିବାର ଲୋକେ ମୃତ୍ୟୁ ଖବର ସୁଣି ହତବାକ ହୋଇ ପଡ଼ିଛନ୍ତି।ସ୍ଥାନୀୟ ବାସିନ୍ଦାମାନେ ଏହି ଗରିବ ପରିବାର ପାଇଁ ସରକାରୀ ସହାୟତା ଦାବି କରିଛନ୍ତି, ଯାହା ତାଙ୍କ ପାଇଁ କିଛି ଆଶା ଅନେଇପାରିବ।