ଦାରିଙ୍ଗବାଡି, ୧୦/୪ : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ମହୁଲ ବ୍ୟବସାୟ ବିରୋଧରେ ଶକ୍ତ ଆପରେସନ୍ ଆରମ୍ଭ ହୋଇଛି। ବୁଧବାର ଦିନ ଦୁଇଟି ସ୍ଥାନରେ ହୋଇଥିବା ଚଢ଼ାଉରେ ବିଭାଗ ୨୦୪୫ କେ.ଜି. ମହୁଲ ଜବତ କରି ଲକ୍ଷାଧିକ ଟଙ୍କାର ଅବୈଧ ସାମଗ୍ରୀ ରୋକିଥିଲା।
ଅପରେସନ୍ର ପ୍ରଥମ ପର୍ଯ୍ୟାୟ ରେ ପର୍ତ୍ତମାହା ପଞ୍ଚାୟତର ପାଣୁ ଚରଣ ସାହୁଙ୍କ ଉପରେ। ସେଠାରୁ ୧୮ ପକେଟ ମହୁଲ (୫୪୦ କେ.ଜି., ମୂଲ୍ୟ ୨୫ ହଜାର) ଜବତ କରାଯାଇ ଅଭିଯୋଗ ନମ୍ବର ୪/୨୫-୨୬ ରେ ମାମଲା ରୁଜୁ ହୋଇଛି।
ଦ୍ୱିତୀୟ ଅପରେସନ୍ ଥିଲା ତିଲୋରୀ ଗ୍ରାମର ସାମୁଏଲ ପ୍ରଧାନଙ୍କ ଉପରେ। ସେଠାରୁ ଅବକାରୀ ବିଭାଗ ମୋଟ ୪୩ ପକେଟ ମହୁଲ (୧୫୦୫ କେ.ଜି., ମୂଲ୍ୟ ୭୫ ହଜାର) ଜବତ କରିଛି। ଏହି ଘଟଣା ପାଇଁ ମାମଲା ନମ୍ବର ୫/୨୫-୨୬ ରେ ରୁଜୁ କରାଯାଇଛି।
ଏକଦିନରେ ଏତେ ବଡ଼ ପରିମାଣର ଚୋରା ମହୁଲ ଜବତ ହେବା ପରେ ଅଞ୍ଚଳର ବେଆଇନ ବ୍ୟବସାୟୀ ମାନେ ଛନକିଯାଇଛନ୍ତି। ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ମଧ୍ୟ ସ୍ପଷ୍ଟ କରିଛନ୍ତି – “ଏହି ପ୍ରକାର ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଅବୈଧ ବ୍ୟବସାୟ ଉପରେ କଢ଼ା ଅଭିଯାନ ଚାଲିଛି।”
ଏହି କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଅବକାରୀ ବିଭାଗର କଢ଼ା ମନୋଭାବ ଓ ନିୟମ ପ୍ରତିପାଳନ ପ୍ରତି ସଙ୍କେତ ଦେଉଛି।