ବରଗଡ଼, ୯/୪ : ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ପ୍ରଶାସନିକ ଭାବେ ଯେତେକି ଗୁରୁତ୍ୱପୂର୍ଣ୍ଣ, ସେତେବେଳେ ଏଠି ଆଇନ ଶୃଙ୍ଖଳାର ସ୍ଥିତି ଦିନକୁଦିନ ବିଗଡ଼ିବା ଦୃଶ୍ୟ ଦେଖାଯାଉଛି। ସହରରେ ଦିନ ଦ୍ୱିପ୍ରହରରେ ଲୁଟ୍ପାଟ୍, ଚୋରି, ଅପହରଣ, ଏବଂ ହତ୍ୟାକାଣ୍ଡ ଭଳି ଦୃଷ୍ୟମାନ ଅପରାଧ ଘଟୁଥିବା ବେଳେ ସାଧାରଣ ନାଗରିକମାନେ ଅସୁରକ୍ଷିତ ବୋଧ କରୁଛନ୍ତି।
ଏଭଳି ଅସ୍ଥିର ପରିସ୍ଥିତିରେ ବରଗଡ଼ ନାଗରିକ ମଞ୍ଚ ଟାଉନ ଥାନା ଆଇଆଇସି ସତ୍ୟଜିତ୍ କଣ୍ଡାନକେଲଙ୍କ ପାଖକୁ ଯାଇ ଜଣାଇଛନ୍ତି ଦୁଃଖ ଓ କ୍ଷୋଭ। ତାଙ୍କୁ ଦିଆଯାଇଥିବା ଦାବିପତ୍ରରେ ଅପରାଧ ନିୟନ୍ତ୍ରଣ ପାଇଁ କଠୋର ବ୍ୟବସ୍ଥା ଗ୍ରହଣ କରିବା ଦାବି କରାଯାଇଛି। ମଞ୍ଚ ଚେତାବନୀ ଦେଇଛି ଯଦି ଏହି ଦାବି ପୂରଣ ନହୁଏ, ତେବେ ୧୬ ତାରିଖରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଆଗରେ ଧାରଣା ଦେଉଛି।
ବରଗଡ଼ ସହରରେ ଟାଉନ, ସଦର, ଓ ବରାହଗୋଡ଼ା ଗ୍ରାମାଞ୍ଚଳ ଥାନା ବ୍ୟବସ୍ଥା ଥିଲେ ମଧ୍ୟ, ଅପରାଧ ଘଟଣା ଥାମିଛିନି। ମୋବାଇଲ ଓ ବାଇକ୍ ଚୋରି, ଟଙ୍କା ଲୁଟ୍, ଘର ଭିତରେ ଚୋରି, ମାରପିଟ୍, ହତ୍ୟା—ଏହି ସବୁ ଘଟଣା ଦିନକୁ ଦିନ ବଢ଼ୁଛି। ଦୁଃଖଜନକ ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ କେବଳ ଏଫଆଇଆର୍ ରୁଜୁରେ ସୀମିତ ରହିଯାଉଛି ବୋଲି ଅଭିଯୋଗ।
ଏକ ଉଦାହରଣ ଦେଲେ: ବରଗଡ଼ ବସସ୍ଟାଣ୍ଡରୁ ଚୋରି ହୋଇଥିବା ସୁଧୀର ବରିହାଙ୍କ ପ୍ଲାଟିନା ବାଇକ୍ ଆଜିଯାଏ ଉଦ୍ଧାର ହୋଇନାହିଁ। ସେଠିପାଇଁ ଦିଆଯାଇଥିବା ଏତଲା ବି ଅବ୍ୟବହୃତ ରହିଛି। ବ୍ୟାଙ୍କ ଭିତରେ ଲୁଟ୍, କୋର୍ଟ ସମ୍ମୁଖରୁ ଅପହରଣ ଭଳି ଘଟଣା ପୋଲିସ ବ୍ୟବସ୍ଥାକୁ ପ୍ରଶ୍ନଚିହ୍ନ ମାଡ଼ୁଛି।
ସହରରେ ଥିବା କିଛି ଅଚଳ ସିସିଟିଭି କ୍ୟାମେରା ମାଧ୍ୟମରେ ଅପରାଧ ନିୟନ୍ତ୍ରଣ ହେବ ବୋଲି ଭାବିବା ଭ୍ରମ। ନାଗରିକ ମଞ୍ଚ ପ୍ରମୁଖ ସ୍ଥାନରେ ସଚଳ ସିସିଟିଭି ସ୍ଥାପନ ଓ ନିରବ ଧାଙ୍ଗରେ ଚାଲୁଥିବା ନିଶା ଓ ସଟ୍ଟା କାରବାର ବନ୍ଦ କରିବାକୁ ପ୍ରଶାସନ ପାଖରେ ଦାବି ରଖିଛି।
ଏପରି ସମୟରେ ରାଜନେତାମାନେ ଶବ୍ଦ ବାହାର କରିନଥିଲେ ମଧ୍ୟ ନାଗରିକ ମଞ୍ଚ ଯେମିତି ଅଗ୍ରଗାମୀ ଭୂମିକା ନିଅଛନ୍ତି, ସେଥିପାଇଁ ସେମାନଙ୍କ ପ୍ରଶଂସା ହେଉଛି।
ଏହି ଅବସ୍ଥାରେ ବରଗଡ଼ ପୋଲିସ ପ୍ରଶାସନଙ୍କ ଉପରେ ଦାୟିତ୍ୱ ବଢ଼ିଛି। ଆଇନ ଶୃଙ୍ଖଳା ନିମନ୍ତେ କଠୋର ପଦକ୍ଷେପ ନ ନେଲେ, ଜନମାନସର ଆକ୍ରୋଶ ଫୁଟିପଡ଼ିବା ସମୟ ଦୂର ନୁହେଁ।